ଡ୍ରାଇଭିଂ ଲାଇସେନ୍ସ ଚିନ୍ତା: ଭୁବନେଶ୍ଵରରେ ଖୋଲିଲା ଅସ୍ଥାୟୀ କାର୍ଯ୍ୟାଳୟ

ଭୁମନେଶ୍ଵର, (ଓଟି): ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଗାଡ଼ି ଚଳା ଲାଇସେନ୍ସ ପାଇବା ଲାଗି ଜନସାଧାରଣଙ୍କ ମୁଣ୍ଡରେ ଚିନ୍ତା ପଶିଛି। ଯେଉଁମାନେ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିଲେ ସେମାନେ ଏବେ ନିଜ ପାଇଁ ଲାଇସେନ୍ସ ତିଆରି କରିବା ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗହଳି ଲଗାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆର୍‌ଟିଓ-୦୨ ପକ୍ଷରୁ ଦୁଇଟି ସ୍ଥାନରେ ଅସ୍ଥାୟୀ କାଉଣ୍ଟର ଖୋଲାଯାଇଛି। ଗୋଟିଏ ଶହୀଦ ନଗର ବିଏମ୍‌ସି ୱାର୍ଡ ଅଫିସରେ ଏବଂ ଅନ୍ୟଟି କଳ୍ପନା ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ। ଏହି ଦୁଇ ଶିବିରରେ କେବଳ ଲଣ୍ଣିଂ ପାଇଁ ଆବେଦନ କରାଯାଇପାରିବ ବୋଲି ସୂଚନା ମିଳିଛି। 

ଏହାସହ ପୂର୍ବରୁ ଯେଉଁଭଳି ଭାବେ ଆଚାର୍ଯ୍ୟ ବିହାର ଛକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୪ଟି କାଉଣ୍ଟର ରହିଥିଲା ତାହା ପୂର୍ବ ଭଳି କାର୍ଯ୍ୟ କରିବ। 

Leave a Reply

Your email address will not be published. Required fields are marked *