ରୋଷେଇ – ଇଡଲି ବର୍ଗର୍
ଆବଶ୍ୟକୀୟ ଜିନିଷ – ସୁଜି ୧ କପ୍, ଦହି ୧ କପ୍, ବେକିଙ୍ଗ୍ ସୋଡ଼ା ୧ଛୋଟ ଚାମଚ, ୨ଟି ସିଝା ଆଳୁ, ମଟର ୧/୨ କପ୍, ଗୋଟିଏ ବଡ଼ କଟା ପିଆଜ, ଲଙ୍କା, ଗୋଲ୍ କଟାଯାଇଥିବା ଟମାଟ ଓ କାକୁଡ଼ି, ରସୁଣ ଓ ଅଦା ପେଷ୍ଟ ୧ ବଡ଼ ଚାମଚ, ପନିର୍ ୧୦୦ ଗ୍ରାମ୍, ପୁଦିନା ଚଟଣୀ ୨ ବଡ଼ ଚାମଚ, ଟମାଟ ସସ୍ ୨ ବଡ଼ ଚାମଚ, ହଳଦୀ ୧/୨ ଚାମଚ, ଲଙ୍କା ଗୁଣ୍ଡ ୧/୨ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ସୁଜି, ଦହି ଓ ବେକିଙ୍ଗ୍ ସୋଡ଼ା ପକାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଗୋଟିଏ ଛୋଟ ତାଟିଆର ଚାରିପଟେ ଭଲ ଭାବେ ତେଲ କିମ୍ବା ଘିଅ ଲଗାନ୍ତୁ ଏବଂ ସେହି ସୁଜି ପେଷ୍ଟରୁ ଅଳ୍ପ ନେଇ ସେଥିରେ ଢ଼ାଳି ୧୦ ମିନିଟ୍ ଷ୍ଟିମ୍ କରନ୍ତୁ । ଏହା ସିଝିବା ଭିତରେ ଆଳୁ ଚକଟି ସେଥିରେ ମଟର, ପନିର୍ ଓ ଅନ୍ୟ ସବୁ ଜିନିଷ ମିଶାଇ ଭଲ ଭାବେ ଚକଟନ୍ତୁ । ଅଳ୍ପ ତେଲ ଦେଇ ଏହାକୁ ହାଲକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ନିଅନ୍ତୁ । ଇଡଲି ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ତାହାକୁ ଏକ ଛୁରି ସାହାଯ୍ୟରେ ବର୍ଗର ଭଳି ଦୁଇଟି ପରସ୍ତରେ କାଟନ୍ତୁ । ଗୋଟିଏ ପରସ୍ତ ଉପରେ ଆଳୁର ପୁର ଦେଇ ତା’ ଉପରେ ଇଡଲିର ଆଉ ଗୋଟିଏ ପରସ୍ତ ରଖନ୍ତୁ । ଏହା ଉପରେ ଗୋଲ୍ କାଟିଥିବା ଟମାଟ ଓ କାକୁଡ଼ି ଲଗାଇ ହାଲକା ସସ୍ ଟମାଟ ପକାଇ ପରଷନ୍ତୁ ।











