ଫ୍ୟାଶନ୍ ଟିପ୍ସ: ୱାର୍ଡ଼ରୋବରେ ରଖନ୍ତୁ ଲମ୍ବା କୂର୍ତ୍ତାର ଏହି ୪ଟି ଡିଜାଇନ୍
ଫ୍ୟାଶନ୍ ଅପଡେଟ୍ ସହ କାଜୁଆଲ୍ ଓ ହାଲକା ଟ୍ରାଡିସନାଲ୍ ଲୁକ୍ ଦେବା ପାଇଁ ଫ୍ୟାଶନ୍ ଡିଜାଇନର୍ ମାନେ କୂର୍ତ୍ତକୁ ନେଇ ବିଭିନ୍ନ ପ୍ରକାର ଏକ୍ସପରିମେଣ୍ଟ କରିଛନ୍ତି । ତା’ ମଧ୍ୟରୁ ଗୋଟିଏ ହେଉଛି ଫ୍ୟାଶନ୍ ଦୁନିଆରେ ରାଜ୍ କରୁଥିବା ଲଙ୍ଗ୍ କୂର୍ତ୍ତା ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଛି । ଜିନ୍ସ ସହିତ ମଧ୍ୟ ଲଙ୍ଗ୍ କୂର୍ତ୍ତାକୁ ମ୍ୟାଚ୍ କରାଯାଉଛି । ତେଣୁ ନିଜକୁ ଫ୍ୟାଶନେବୁଲ୍ ଦେଖିବାକୁ ଚାହୁଁଥିଲେ ଲଙ୍ଗ୍ କୁର୍ତ୍ତାର ଏହି ୪ଟି ଷ୍ଟାଇଲକୁ ୱାର୍ଡ଼ରୋବରେ ସାମିଲ୍ କରନ୍ତୁ ।
୧- ଜ୍ୟାକେଟ୍ କୂର୍ତ୍ତ ଆପଣଙ୍କୁ ଏକ ନିଆରା ଲୁକ୍ ଦେବ । ଏହାକୁ ଆପଣ ସ୍ଲାଗସ୍, ଜିନ୍ସ ଓ ଜେଗିଙ୍ଗ୍ ସହିତ ପିନ୍ଧିପାରିବେ । ସାଧାରଣ କୂର୍ତ୍ତା ସହିତ ଲଙ୍ଗ୍ ସ୍ରଗସ୍ ପିନ୍ଧିବା ବଦଳରେ ଲଙ୍ଗ୍ ଜ୍ୟାକେଟ୍ କୂର୍ତ୍ତା ଟ୍ରାଏ କରନ୍ତୁ ।
୨- ମନ ପସନ୍ଦର ରଙ୍ଗ ଓ ଷ୍ଟାଇଲ୍ ବୋତାମରେ ସଜ୍ଜିତ ପ୍ଲେନ୍ ଷ୍ଟାଇଲ୍ କୂର୍ତ୍ତା ର ଚାହିଦା ଏବେ ଅଧିକ । ଏହାକୁ ଯେ କୌଣସି ଫ୍ଲୋରାଲ୍ ବଟମ୍ ସହିତ ମ୍ୟାଚ୍ କରିହେବ । ପ୍ଲେନ୍ କୁର୍ତ୍ତାକୁ ଆପଣ ଫ୍ଲୋରାଲ୍ କିମ୍ବା ଏମ୍ରୋଡୋରୀ ଥିବା ସରାରା ପ୍ୟାଣ୍ଟ୍ ସହିତ ମଧ୍ୟ ଟିମଅପ୍ କରିପାରିବେ ।
୩- ବିଶେଷ ଭାବେ ଟିନ୍ ଏଜ୍ ଝିଅମାନଙ୍କ ପାଇଁ ଫ୍ରଣ୍ଟ୍ ସ୍ଲିଟ୍ ଡିଜାଇନ୍ କୁର୍ତ୍ତା ବେଶ୍ ଆକର୍ଷଣୀୟ ଲାଗିଥାଏ । ପାର୍ଟି କିମ୍ବା କୌଣସି ଉତ୍ସବରେ ଆପଣ ଏହାକୁ ଜିନ୍ସ ସହିତ ପିନ୍ଧି ବେଶ୍ ପ୍ରଶଂସା ସାଉଁଟି ପାରିବେ । ଏହା ସହିତ ଲେୟାରର୍ଡ଼ ଇୟରିଂ ପିନ୍ଧିବା ହେଉଛି ଏକ ପରଫେକ୍ଟ କମ୍ବିନେସନ୍ ।
୪- କାଜୁଆଲ୍ ସହିତ ଫର୍ମାଲ୍ ଲୁକ୍ ପାଇବାକୁ ଚାହୁଁଥିଲେ ପ୍ଲେୟର୍ଡ଼ ଲଙ୍ଗ୍ କୂର୍ତ୍ତା ହେଉଛି ସବୁଠାରୁ ଭଲ ବିକଳ୍ପ । ଏହାକୁ ଫୁଲ୍ ହାଇଟ୍ ଲେଗିଙ୍ଗସ୍ କିମ୍ବା ଜେଗିଙ୍ଗସ୍ ସହିତ ପିନ୍ଧି ହେବ ।











