ମଶା କାମୁଡ଼ାରୁ ରକ୍ଷା କରିବ ଏହି ୪ଟି ଗଛ

ବର୍ଷାଦିନରେ ପରିବେଶରେ ଆଦ୍ରତା ଥିବାରୁ ଏବଂ ଘରର ଚାରିପାଖରେ ପାଣି ଜମି ରହିବା କାରଣରୁ ଅଧିକମାତ୍ରାରେ ମଶା ହୋଇଥାଏ । ମଶା ଦାଉରୁ ରକ୍ଷା ପାଇବା ପାଇଁ ଘର ଚାରିପାଖ ସଫା ରଖିବା ସହିତ ମଶାରୀ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏ ସବୁ କରିବା ସହିତ ଆଉ ଏକ ଉପାୟ ମଧ୍ୟ ରହିଛି, ଯାହାଦ୍ୱାରା ଆପଣଙ୍କ ଘରେ ଆଦୌ ମଶା ଦେଖିବାକୁ ମିଳିବେ ନାହିଁ । ଏହି କାମରେ ୪ଟି ଗଛ ଆପଣଙ୍କ ପାଇଁ ବେଶ୍ ସହାୟକ । ଏହି ଗଛଗୁଡ଼ିକୁ ଆପଣ ଘର ଭିତରେ କିମ୍ବା ଘରର ଝରକା ଆଗରେ କୁଣ୍ଡରେ ରଖିପାରିବେ । ଘରକୁ ଲାଗିଥିବା ବଗିଚାରେ ମଧ୍ୟ ଏହି ଗଛକୁ ରଖିବା ଦ୍ୱାରା ମଶାର ପ୍ରାର୍ଦୁଭାବ ରହେ ନାହିଁ । ତେବେ ଆସନ୍ତୁ ଜାଣିବା –

୧- ପ୍ରଥମେ ହେଉଛି ନିମ ଗଛ । ଏହି ଗଛରୁ ବାହାରୁଥିବା ଏକ ପିତା ବାସ୍ନା ଦ୍ୱାରା ମଶା ଦୂର ହୋଇଯାଆନ୍ତି । କେବଳ ମଶା ନୁହେଁ, ଏହାଦ୍ୱାରା ମାଛି, ଅନ୍ୟ କେତେକ ବିଷାକ୍ତ କିଟ ମଧ୍ୟ ଘର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ।

୨- ଗେଣ୍ଡୁଫୁଲ ଗଛ ମଧ୍ୟ ମଶା କାମୁଡ଼ାରୁ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ । ଏହାକୁ ଆପଣ ଘର ଭିତରେ ମଧ୍ୟ ରଖିପାରିବେ । ଏହାର ବାସ୍ନା ଯୋଗୁଁ ମଶା ଆସିନଥାନ୍ତି ।

୩- ଆଧ୍ୟାତ୍ମିକ ଓ ଆର‌୍ୟୁବେଦରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଛି । ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ ତୁଳସୀର ଅବଦାନ ଅତୁଳନୀୟ । ତୁଳସୀ ଗଛକୁ ଆପଣ ଛୋଟ କୁଣ୍ଡରେ ରଖି ଝରକା ଓ କବାଟ ପାଖରେ ରଖନ୍ତୁ । ଦେଖିବେ ଆଦୌ ମଶା ଆସିବେ ନାହିଁ ।

୪- ଲାଭେଣ୍ଡର ଗଛକୁ ଆପଣ ଘର ଭିତରେ ରଖିପାରିବେ । ଏହା ଆପଣଙ୍କ ଘରକୁ ବାସ୍ନାରେ ମହକାଇବା ସହିତ ମଶା ଦାଉରୁ ଆପଣଙ୍କୁ ସୁରକ୍ଷା ଦେବ ।

Leave a Reply

Your email address will not be published. Required fields are marked *