ହେଲଥ୍ ଟିପ୍ସ: ଏହି ଭିଟାମିନର ଅଭାବ ଯୋଗୁଁ ଅଧିକ ମିଠା ଖାଇବାକୁ ଇଚ୍ଛା ହୋଇଥାଏ
ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଭିଟାମିନ୍ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଥାଏ । ସେସବୁ ଭିଟାମିନର ପରିମାଣ କମ୍ କିମ୍ବା ଅଧିକ ହେଲେ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ । ଭିଟାମିନ୍ ଅଭାବ ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଏ । ସେସବୁ ମଧ୍ୟରୁ କିଛି ସାଧାରଣ ଜଣାପଡ଼ୁଥିଲେ ମଧ୍ୟ, ତାହାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଆଗାମୀ ଦିନରେ ତାହା ଏକ ଗମ୍ଭୀର ରୋଗ ଭାବେ ସାମନାକୁ ଆସିଥାଏ । ସେହିପରି ଗୋଟିଏ ଲକ୍ଷଣ ହେଉଛି ଅତ୍ୟଧିକ ମିଠା ଆଗ୍ରହୀ ହେବା । ଏଭଳି କେତେଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେ ମିଠା ଖାଇବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ମିଠା କମ୍ ପସନ୍ଦ କରୁଥିବା ବ୍ୟକ୍ତି ଯଦି ହଠାତ୍ ମିଠା ଜିନିଷ ପ୍ରତି ଆଗ୍ରହ ଦେଖାଏ, ତେବେ ଜାଣିନିଅନ୍ତୁ କିଛି ନା କିଛି ଗଡ଼ବଡ଼ ରହିଛି ।
ଏ ସମ୍ପର୍କରେ ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି ଯେ ଶରୀରରେ ଗ୍ଲୁକୋଜର ଅଭାବ ହେଲେ ଅଧିକରୁ ଅଧିକ ମିଠା ଖାଇବା ପାଇଁ ଇଚ୍ଛା ହୋଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଅଧିକ ମିଠା ନଖାଇ ପ୍ରଚୁର ମାତ୍ରାରେ ଫଳ ଓ ମହୁ ଖାଆନ୍ତୁ । କିନ୍ତୁ ଯଦି ଆପଣଙ୍କୁ ଫ୍ରୁଟ୍ ଆଲର୍ଜି ଥାଏ, ତେବେ ଆପଣଙ୍କ ପାଇଁ ସୁବଠାରୁ ଭଲ ବିକଳ୍ପ ହେଉଛି ମହୁ । କିଛିଦିନ ଏଭଳି ନିୟମିତ ଖାଇବା ପରେ ଶରୀରରେ ଗ୍ଲୁକୋଜ୍ ସମସ୍ୟା ଦୂର ହୋଇଥାଏ ।











