ବୃହସ୍ପତି ମହାଦଶାରୁ ରକ୍ଷା ପାଇବା ପାଇଁ ଉପାୟ
ବୃହସ୍ପତି ମହାଦଶା ୧୬ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ସମୟ ମଧ୍ୟରେ ବ୍ୟକ୍ତିର ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଥାଏ । ଜାତକରେ ବୃହଷ୍ପତି ଉଚ୍ଚ ସ୍ଥାନରେ ଥିଲେ କିମ୍ବା ମିତ୍ର ଗ୍ରହମାନଙ୍କ ସହିତ ମିଶି ଥିଲେ ବେଶ୍ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ବୃହଷ୍ପତିର ସ୍ଥିତି ଖରାପ ଥିଲେ ଏହା ବ୍ୟକ୍ତିର ଜୀବନରେ ଅନେକ ବିଫଳତା ଆଣିଥାଏ । ଏହି କୁ -ପ୍ରଭାବକୁ ସମ୍ପୂର୍ଣ୍ଣ ଦୂର କରାଯାଇପାରିବ ନାହିଁ । କିନ୍ତୁ ଅଳ୍ପ ମାତ୍ରାରେ କମ୍ କରିହେବ । ତେବେ ଆସନ୍ତୁ ଜାଣିବା -ପୂଜା କରିବା ପରେ ଗୋଟିଏ ଥାଳିରେ ଅଳ୍ପ ଗୁଡ଼, ଘିଅ ଓ କଳାରାଶି ନିଅନ୍ତୁ । ଏହାକୁ ସାମନାରେ ରଖି ଗାୟତ୍ରୀ ମନ୍ତ୍ରର ଗୋଟିଏ ମାଳା ଜପ କରନ୍ତୁ । ଏହା ପରେ ୩ଥର ହନୁମାନ ଚାଳିଶା ପାଠ କରନ୍ତୁ । ପୂଜା ସରିବା ପରେ ସେହି ଗୁଡ଼, ଘିଅ ଓ କଳାରାଶିକୁ ନେଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହାପରେ ଗଙ୍ଗାଜଳରେ ଶିବଙ୍କୁ ଅଭିଷେକ କରନ୍ତୁ । ନିୟମିତ ଭାବେ କିଛି ଦିନ ଏଭଳି କରିବା ପରେ ବୃହସ୍ପତି ମହାଦଶାର କୁପ୍ରଭାବ ଅଳ୍ପମାତ୍ରାରେ ଦୂରେଇ ଯାଇଥାଏ ବୋଲି ବିଶ୍ୱାସ ରହିଛି ।











