‘ଗୁମନାମୀ’ର ଟ୍ରେଲର୍ ରିଲିଜ୍

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରହସ୍ୟଜନକ ମୃତ୍ୟୁର କାହାଣୀକୁ ନେଇ ନିର୍ମାଣ କରାଯାଉଥିବା ବିବାଦୀୟ ଫିଲ୍ମ ‘ଗୁମନାମୀ’ର ଟ୍ରେଲର୍ ରିଲିଜ୍ କରାଯାଇଛି । ୧୯୫୪ ମସିହା ଅଗଷ୍ଟ ମାସ ୧୫ ତାରିଖ ସହିତ ଟ୍ରେଲର୍ ଆରମ୍ଭ ହୋଇଛି, ଯେଉଁଥିରେ ରହିଛି ପ୍ଲେନ୍ କ୍ରାସର ଦୃଶ୍ୟ । ଏହାପରେ କିଛି ପ୍ରଶ୍ନ ଦେଖିବାକୁ ମିଳିଛି । ଏହାପରେ ନେତାଜୀ ଉଡ଼ାଜାହାଜରୁ ଡେଇଁ ପଡ଼ୁଥିବାର ମଧ୍ୟ ଦର୍ଶକ ଦେଖିପାରିବେ । ପ୍ରାୟ ୨ ମିନିଟର ଏହି ଟ୍ରେଲରରେ ନେତାଜୀଙ୍କ ମୃତ୍ୟୁ ସହିତ ଜଡ଼ିତ ୩ଟି ଭିନ୍ନ କାହାଣୀର ଝଲକ ରହିଛି ।

ଫିଲ୍ମ ନିର୍ମାଣ ହେବାର ପ୍ରଥମ ଦିନରୁ ଏହା ବିବାଦ ଘେରରେ ରହିଆସିଛି । ସେଣ୍ଟ୍ରାଲ୍ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ କରାଯାଇଛି ବୋଲି ନିର୍ଦ୍ଦେଶକ ଶ୍ରୀଜିତ୍ ମିଡିଆକୁ କହିଛନ୍ତି । ଶ୍ରୀଜିତ୍ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରୀର ଦକ୍ଷ କଳାକାର ପ୍ରୋସେନ୍ଜିତ୍ ଚାଟାର୍ଜି । ଆସନ୍ତା ଅକ୍ଟୋବର ୨ ତାରିଖରେ ଏହା ସିନେମାଘରକୁ ଆସିବ ।

Leave a Reply

Your email address will not be published. Required fields are marked *