୧୦୦କୋଟି ବଜେଟରେ ନିର୍ମାଣ ହେଉଛି ‘ପାନିପତ୍’, କଷ୍ଟ୍ୟୁମ୍ ଓ ସୁଟିଂ ସେଟରେ ହୋଇଛି ସର୍ବାଧିକ ଖର୍ଚ୍ଚ

ଆଫଗାନୀ ସେନା ଓ ମରାଠାଙ୍କ ମଧ୍ୟରେ ହୋଇଥିବା ଐତିହାସିକ ତୃତୀୟ ‘ପାନିପତ୍’ ଯୁଦ୍ଧର କାହାଣୀକୁ ନେଇ ଆସୁଥିବା ଫିଲ୍ମ ‘ପାନିପତ୍’ର ସୁଟିଂ ଜୋରସୋରରେ ଆଗେଇ ଚାଲିଛି । ଫିଲ୍ମର ପ୍ରଯୋଜକ ରୋହିତ ସେଲତକରଙ୍କ ସୂଚନା ଅନୁଯାୟୀ ବଲିଉଡର ହାଇ ବଜେଟ୍ ଫିଲ୍ମ ତାଲିକାରେ ଏବେ ଏହି ଫିଲ୍ମ ସାମିଲ୍ ହୋଇଛି ।୧୦୦କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ କଷ୍ଟ୍ୟୁମ୍ ଓ ସେଟ୍ ପାଇଁ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ୫୦୦ରୁ ଊଦ୍ଧ୍ୱର୍ କାରୀଗରଙ୍କ ସହାୟତାରେ ସୁଟିଂ ସେଟ୍ ନିର୍ମିତ ।

ଆଫଗାନ୍ ଫୌଜଙ୍କ ପାଖରେ ଜଂବୁରେକ୍ ନାମକ ଏକ ପିସ୍ତଲ୍ ରହିଥିଲା, ଯାହାର ଅବିଳକ ନକଲ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଭାରତର ସବୁଠାରୁ ବେଷ୍ଟ୍ ଐତିହାସିକଙ୍କ ଗବେଷଣାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ କାହାଣୀ, ରାଜପ୍ରାସାଦ, ହାତହତିଆର ଓ ଯୁଦ୍ଧଭୂମିର ସେଟ୍ ନିର୍ମାଣ କରାଯାଇଛି । ପରଦା ଉପରେ ବାସ୍ତବତା ଆଣିବା ପାଇଁ ସେଟ୍ ଓ ଯୁଦ୍ଧଭୂମିରେ ଅସଲି ଘୋଡ଼ା-ହାତୀ ଓ ଓଟଙ୍କୁ ଟ୍ରେନିଂ ଦିଆଯାଇଛି । ନ୍ୟାସନାଲ୍ ଆୱାର୍ଡ଼ ବିଜେତା ଆର୍ଟ ଡାରେକ୍ଟର୍ ନୀତିନ୍ ଚନ୍ଦ୍ରକାନ୍ତ ଏହାର ସେଟ୍ ଡିଜାଇନ୍ କରିଛନ୍ତି । ଯୁଦ୍ଧଭୂମିର ସୈନ୍ୟ ଭୂମିକା ପାଇଁ ପ୍ରାୟ ୧ ଲକ୍ଷ ଜୁନିୟର୍ ଆର୍ଟିଷ୍ଟଙ୍କୁ ସାମିଲ୍ କରାଯାଇଥିବାର ଖବର ମଧ୍ୟ ଆସିଛି । ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ , ଅର୍ଜୁନ୍ କପୁର୍ ଓ କ୍ରିତି ସେସନ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ତାରକାଙ୍କ ସହିତ ପଦ୍ମିନୀ କୋହ୍ଲାପୁରୀ, ଜିନତ୍ ଅମନ୍, ମନୀଷ୍ ବେହେଲ୍ ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ । 

Leave a Reply

Your email address will not be published. Required fields are marked *