ରୋଷେଇ: ବୁଟଡାଲି-ନଡ଼ିଆ ଚଟଣୀ

ଆବଶ୍ୟକୀୟ ଜିନିଷ – ଦେଢ଼ କପ୍ ନଡ଼ିଆ କୋରା, ଅଧାକପ୍ ବୁଟଡାଲି, ଖଟା ପାଇଁ ୧ କପ୍ ଦହି, କିମ୍ବା ଗୋଟିଏ ଛୋଟ ଲେମ୍ବୁ, ୨ଟି କଂଚା ଲଙ୍କା, ୨ଟି ଶୁଖିଲା ଲଙ୍କା, ଖଣ୍ଡେ ଛୋଟ ଅଦା, ଅଧା ପକ୍ ଭୃସଙ୍ଗ ପତ୍ର, ୧ ଚାମଚ ବିରିଡାଲି, ଝୁଙ୍କ ପାଇଁ୧ ଚାମଚ ବୁଟଡାଲି, ୨ ଚାମଚ ତେଲ, ୧ ଚାମଚ ସୋରିଷ, ସ୍ୱାଦ ଅନୁଯାୟୀ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ।

ପ୍ରସ୍ତୁତି ପ୍ରଣାଳୀ – କରେଇରେ ତେଲ ଗରମ କରିବା ପରେ ବୁଟଡାଲିକୁ ପକାଇ ଭଲ ଭାବେ ଭାଜିନିଅନ୍ତୁ । ଏହାପରେ ତାହାକୁ ମିକ୍ସର୍ ଜାରରେ ପକାଇ ନଡ଼ିଆ କୋରା, ଦହି, କଂଚା ଲଙ୍କା, ଅଦା, ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଏହାକୁ ଏକ ବଡ଼ ବାଉଲରେ ବାହାର କରିଦିଅନ୍ତୁ । ଆପଣ ଯଦି ଚଟଣୀକୁ ପତଳା କରିବାକୁ ଚାହୁଁଥାନ୍ତି, ତେବେ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏକ କରେଇ ବସାଇ ଅଳ୍ପ ତେଲ ଦିଅନ୍ତୁ ଏବଂ ସୋରିଷ ପକାନ୍ତୁ । ତା’ପରେ ବୁଟଡାଲି, ବିରିଡାଲି, ଶୁଖିଲା ଲଙ୍କା ଓ ଭୃସଙ୍ଗପତ୍ରକୁ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । । ଏହି ଝୁଙ୍କକୁ ଚଟଣୀରେ ପକାଇ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବୁଟଡାଲି- ନଡ଼ିଆ ଚଟଣୀ । ଏହାକୁ ଇଡଲି ଓ ବରା ସହିତ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *