ହେଲଥ୍ ଟିପ୍ସ: ପାଟି ର୍ଦୁଗନ୍ଧ ଦୂର କରିବା ପାଇଁ ଘରୋଇ ଟିପ୍ସ
ପାଟି ର୍ଦୁଗନ୍ଧ ଦୁର କରିବା ପାଇଁ ପ୍ରାୟ ସମସ୍ତେ ମାଉଥ୍ ଫ୍ରେସନର୍ ବ୍ୟବହାର କରିଥାନ୍ତି । କିନ୍ତୁ ତାହାକୁ ସବୁ ସମୟରେ ପାଖରେ ରଖିବା ସମ୍ଭବ ନଥାଏ । ଦାନ୍ତ ପୋକ ଖାଇଥିଲେ ମଧ୍ୟ ପାଟି ଦୁର୍ଗନ୍ଧ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ପାଟି ଦୁର୍ଗନ୍ଧ ସମସ୍ୟାକୁ ଦୂର କରିବା ସହିତ ଦାନ୍ତ ଓ ମାଢ଼ିକୁ ମଜବୁତ୍ ରଖିବା ପାଇଁ ଗୋଟିଏ ଘରୋଇ ଉପାୟ ରହିଛି । ଆମେ ଫୋପାଡ଼ି ଦେଉଥିବା ଡାଳିମ୍ବ ଚୋପା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ।
ଡାଳିମ୍ବକୁ ଭଲ ଭାବେ ଧୋଇ ମଞ୍ଜିଗୁଡ଼ିକ ବାହାର କରିବା ପରେ ଡାଳିମ୍ବ ଚୋପାକୁ ଖରାରେ ଶୁଖାଇ ଦିଅନ୍ତୁ । ଏହା ଭଲ ଭାବେ ଶୁଖିବା ପରେ ତାହାକୁ ଗ୍ରାଇଣ୍ଡ୍ କରି ଗୋଟିଏ ଏୟାର୍ ଟାଇଟ୍ ଡବା ଭିତରେ ରଖନ୍ତୁ । ପ୍ରତିଦିନ ଏଥିରୁ ଗୋଟିଏ ଚାମଚ ନେଇ ୧ ଗ୍ଲାସ୍ ପାଣିରେ ମିଶାଇ କୁଳି କରନ୍ତୁ । ଏହା ପାଟିର ଦୁର୍ଗନ୍ଧ ଦୂର କରିଥାଏ । ଏହା ବ୍ୟତୀତ ମାଢ଼ି ଓ ଦାନ୍ତ ମଜବୁତ୍ କରିବା ପାଇଁ ୧ ଚାମଚ ଡାଳିମ୍ବ ଚୋପାର ଗୁଣ୍ଡ ସହିତ ୧ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ରାତି ଖାଇବା ପରେ ମାଢ଼ି ଓ ଦାନ୍ତରେ ଘଷନ୍ତୁ ।











