ଜନ୍ମବାର ଅନୁଯାୟୀ ଜାଣନ୍ତୁ ବ୍ୟକ୍ତିତ୍ୱ

ରବି- ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, କ୍ରୋଧି, ମିଷ୍ଟଭାଷୀ, ଭ୍ରମଣ ପ୍ରିୟ ଓ ଧାର୍ମିକ ହୋଇଥାନ୍ତି । ସମାଜରେ ତାଙ୍କର ଏକ ଉଚ୍ଚ ଆସନ ଓ ସମ୍ମାନ ରହିଥାଏ ।

ସୋମ- ସୋମବାରରେ ଜନ୍ମିତ ବ୍ୟକ୍ତି ଅଳ୍ପ ଅଳସୁଆ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଶାନ୍ତ ସ୍ୱଭାବ ଓ ମିଷ୍ଟଭାଷୀ ସେମାନଙ୍କର ବ୍ୟକ୍ତିତ୍ୱର ମୁଖ୍ୟ ଗୁଣ ।

ମଙ୍ଗଳ- ସାହସୀ, ଚଞ୍ଚଳମତି, ଶତ୍ରୁବିରୋଧି, କାଯ୍ୟଦକ୍ଷ ଓ ବିଦ୍ୟାରେ ନିପୁଣ ବ୍ୟକ୍ତିତ୍ୱର ଅଧିକାରୀ ମଙ୍ଗଳବାର ଦିନ ଜନ୍ମଗ୍ରହଣ କରିଥାନ୍ତି । ଏସବୁ ବ୍ୟତୀତ ସେମାନଙ୍କର ସବୁଠାରୁ ବଦଗୁଣ ହେଉଛି ସେମାନେ ଖୁବ୍ କ୍ଷଣକୋପି ।

ବୁଧ- ବୁଧବାର ଦିନ ଜନ୍ମିତ ବ୍ୟକ୍ତି ଗଭୀର ଚିନ୍ତାଶୀଳ, ନ୍ୟାୟବନ୍ତ, ଧାର୍ମିକ, ଭୋଗବିଳାସ ପ୍ରିୟ ଓ କାର୍ଯ୍ୟଦକ୍ଷ ହୋଇଥାନ୍ତି । ଅନ୍ୟକୁ ନିଜର କାର୍ଯ୍ୟଦ୍ୱାରା ପ୍ରଭାବିତ କରିବା ସେମାନଙ୍କୁ ବେଶ୍ ଜଣା ଥାଏ ।

ଗୁରୁ- ଯେଉଁ ବ୍ୟକ୍ତିମାନେ ଗୁରୁବାର ଦିନ ଜନ୍ମ ନେଇଥାନ୍ତି ସେମାନେ ବହୁଗୁଣର ଅଧିକାରୀ ହୋଇଥାନ୍ତି । ମା’ ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ସବୁବେଳେ ରହିଥାଏ । ଭୋଗବିଳାସ ପ୍ରିୟ ସହ କ୍ଷମାଭାବ ରଖିବା ସେମାନଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ କରିଥାଏ ।

ଶୁକ୍ର – ଶୁକ୍ରବାର ଦିନ ଜନ୍ମ ନେଇଥିବା ବ୍ୟକ୍ତି ସବୁବେଳେ ନୀତି ନିୟମକୁ ମାନି ଚଳିବାକୁ ପସନ୍ଦ କରନ୍ତି । ଜୀବନର ପ୍ରତିକ୍ଷେତ୍ରରେ ସୁବ୍ୟବସ୍ଥିତ ଢ଼ଙ୍ଗରେ ଚାଲିବାକୁ ଉଚ୍ଛା କରିଥାନ୍ତି । ସେମାନେ ବହୁତ ଦାନଶୀଳ ସ୍ୱଭାବର ହୋଇଥାନ୍ତି । ସେମାନେ ପରୋପକାରୀ ଓ ସାହସୀ ଅଟନ୍ତି ।

ଶନି – ଶନିବାର ଦିନ ଜାତକଙ୍କ ସ୍ୱଭାବ ଖୁବ୍ କ୍ଷଣକୋପୀ ଓ ଅହଂକାରପୂର୍ଣ୍ଣ ହୋଇଥାଏ । କିନ୍ତୁ ସେମାନେ ଯେ କୌଣସି କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିଥାନ୍ତି । ସେମାନେ ଶତ୍ରୁଙ୍କୁ ବିରୋଧ କରିବାରେ କେବେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *