ଧଳା ଛଉର ଘରୋଇ ଉପଚାର
ପୁଅ ହୁଅନ୍ତୁ ବା ଝିଅ, ଅନେକ କାରଣ ପାଇଁ ସ୍କିନରେ ଧଳା ଛଉ ହୋଇଥାଏ । ୧୫-୧୬ ବର୍ଷ ପରେ ଅନେକଙ୍କ ଠାରେ ଧଳା ଛଉ ଦେଖିବାକୁ ମିଳିଥାଏ, ଯାହାକୁ ଆମେ କହିଥାଉ ବୟସ ଛଉ । ଏହା ଆପେ ଆପେ ଭଲ ହୋଇଗଲେ ମଧ୍ୟ ଚେହେରାର ସୌନ୍ଦର୍ଯ୍ୟକୁ ଫିକା କରିଦିଏ । ଆଉ କେତେଜଣ ସ୍କିନ୍ ଡିଜିଜ୍ ଭାବେ ଧଳା ଛଉରେ ଆକ୍ରାନ୍ତ ହୋଇଥାନ୍ତି । କାଛୁ କୁଣ୍ଡିଆ ହେବା ପରେ ମଧ୍ୟ ଶରୀରର ଅନେକ ସ୍ଥାନରେ ଧଳା ଦାଗ ହୋଇଯାଏ । ଏସବୁ ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପାୟ ରହିଛି । ଆପଣଙ୍କ ହାତପାହାନ୍ତରେ ମିଳୁଥିବା ଜିନିଷରେ ଏହାର ଉପଚାର ସମ୍ଭବ । ତେବେ ଉପାୟଟି ହେଉଛି – ଗୋଟିଏ ବାଉଲରେ ୧ ବଡ଼ ଚାମଚ ଦହି ନିଅନ୍ତୁ । ସେଥିରେ ଗୋଟିଏ ଛୋଟ ଚାମଚ ହଳଦି ଗୁଣ୍ଡ ଓ ଗୋଟିଏ ଛୋଟ ଚାମଚ ସୋରିଷ ତେଲ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ କିଛି ବରଫକୁ କପଡ଼ାରେ ରଖି ଛଉ ହୋଇଥିବା ସ୍ଥାନରେ ହାଲକା ଘଷନ୍ତୁ । ଏହାପରେ ଗୋଟିଏ ସଫା କପଡ଼ାରେ ସେହି ସ୍ଥାନକୁ ହାଲକା ପୋଛନ୍ତୁ ଏବଂ ତା’ ପରେ ହଳଦୀ ପେଷ୍ଟକୁ ଲଗାନ୍ତୁ । ଏହାକୁ ଅଧଘଣ୍ଟା ରଖି ଭଲ ଭାବେ ଧୋଇଦିଅନ୍ତୁ । ପ୍ରତିଦିନ ଏହିଭଳି କରନ୍ତୁ । ୨-୩ ସପ୍ତାହ ପରେ ହିଁ ଆପଣ ଫରକ ଜାଣିପାରିବେ ।











