ରୋଷେଇ – ଗଣେଶ ପୂଜାର ସ୍ପେଶାଲ୍ ମୋଦକ
ଆବଶ୍ୟକୀୟ ଜିନିଷ – ୧/୪ କପ୍ ଘିଅ, ୧/୨ କପ୍ ଖିର, ୨ କପ୍ ମିଲ୍କ ପାଉଡର୍, ୧/୨ କପ୍ ଚିନି ପାଉଡର୍ , ୧ କପ୍ ବେସନ, ୧ ଚାମଚ ଗୁଜରାତି ଗୁଣ୍ଡ, କିଛି କଟା ଡ୍ରାଏ ଫୁଡସ୍ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କରେଇ ବସାଇ ଘିଅକୁ ଗରମ କରନ୍ତୁ । ସେଥିରେ ଖିର ମିଶାଇ ଭଲ ଭାବେ ଘାଣ୍ଟିବା ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । ଏହାପରେ ସେଥିରେ ଖିର ପାଉଡରକୁ ଭଲ ଭାବେ ଗୋଳାଇବା ପରେ ପୁଣି ଗ୍ୟାସ୍ ଅନ୍ କରନ୍ତୁ । କିନ୍ତୁ ଗ୍ୟାସର ଆଂଚ ସମ୍ପୂର୍ଣ୍ଣ ଲୋ ମିଡିୟମରେ ରଖି ଏହାକୁ ଚଲାନ୍ତୁ । ଏହା ଅଳ୍ପ ବହଳିଆ ହେବା ପରେ ସେଥିରେ ଗୁଣ୍ଡ ଚିନି, ବେସନ ଓ ଗୁଜରାତି ଗୁଣ୍ଡ ପକାଇ କୁକ୍ କରନ୍ତୁ । (ଯଦି ଆପଣ ଅଧିକ ମିଠାଯୁକ୍ତ ମିଲ୍କ ପାଉଡର୍ ନେଉଛନ୍ତି, ତେବେ ଚିନିର ପରିମାଣ କମ୍ କରନ୍ତୁ) । ଏହା ଏକ ପେଷ୍ଟ୍ ଭଳି ହୋଇଯିବା ପରେ ଗୋଟିଏ ଥାଳିରେ ଘିଅ ଲଗାନ୍ତୁ । ଖିର ପେଷ୍ଟରୁ ୧ ଚାମଚ ଆଣି ସେହି ଥାଳିରେ ପକାନ୍ତୁ ଏବଂ ହାଲ୍କା ଉଷୁମ ହେବା ପରେ ତାହାକୁ ବଲସ୍ ଭଳି କରନ୍ତୁ । ଯଦି ଏହା ବଲସ୍ ଭଳି ହୋଇଯାଉଛି, ତେବେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । କିନ୍ତୁ ଯଦି ଏହା ବଲସ୍ ଭଳି ଗଢ଼ି ହେଉନାହିଁ ଏବଂ ହାତରେ ଅଠା ଭଳି ଲାଗିରହୁଛି, ତେବେ ତାହାକୁ ଆଉ ଟିକେ ସମୟ ଚଲାଇ କୁକ୍ କରନ୍ତୁ । ଧ୍ୟାନ ରଖନ୍ତୁ ସେହି ମିଶ୍ରଣ ଯେପରି କରେଇରେ ଲାଗି ନଯାଏ । ଆଉ କିଛି ସମୟ କୁକ୍ କରିବା ପରେ ଗୋଟିଏ ଥାଳିରେ ଘିଅ ଲଗାଇ ତାହାକୁ ବାହାର କରିଦିଅନ୍ତୁ । ତାହାକୁ ଥାଳିରେ ଗୋଲ୍ ଆକାରରେ ଖେଳାଇ ଦିଅନ୍ତୁ । ଡ୍ରାଏଫୁଡସକୁ ଛୋଟ ଛୋଟ ଗୁଣ୍ଡ ଆକାରରେ କାଟନ୍ତୁ । ଖିର ପେଷ୍ଟରେ ତାହାକୁ ଗୋଳାଇ ଦିଅନ୍ତୁ । ହାଲକା ଉଷୁମ ଥିବା ଅବସ୍ଥାରେ ସେଥିରୁ ଅଳ୍ପ ଅଳ୍ପ ନେଇ ମୋଦକ ଗଢ଼ନ୍ତୁ । ଆପଣ ମୋଦକ ଛାଞ୍ଚରେ ମଧ୍ୟ ଏହାକୁ ଗଢ଼ିପାରିବେ । ମୋଦକଗୁଡ଼ିକ ଉରେ ଆଉ କିଛି ଡ୍ରାଏଫୁଡସ୍ ଗୁଣ୍ଡ ପକାଇ ଭୋଗ ଲଗାନ୍ତୁ ।