ଆଜିଠୁ କଟନ୍‌ ଫ୍ୟାବ୍‌ ହସ୍ତତନ୍ତ ମେଳା

ଭୁବନେଶ୍ଵର, (ଓଟି): ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ କାରିଗରଙ୍କ ଉତ୍ପାଦକୁ ସିଧାସଳଖ କିଣିବାର ସୁଯୋଗ ପୁଣିଥରେ ସୃଷ୍ଟି ହେବାକୁ ଯାଉଛି ଭୁବନେଶ୍ଵରରେ। ଉତ୍ତର ପ୍ରଦେଶର ଅୱଧ ଅସ୍ତକର୍ଗା, ହସ୍ତଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ସମିତି ପକ୍ଷରୁ ଏହିକ୍ରମରେ ଆୟୋଜନ ହେବାକୁ ଯାଉଛି ୧୧ତମ କଟନ୍‌ ଫ୍ୟାବ୍‌। ପ୍ରଦର୍ଶନୀ ପଡ଼ିଆଠାରେ ଅକ୍ଟୋବର ୬ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳା ଆଜିଠୁ ଉନ୍ମୋଚନ ହେବ। ସନ୍ଧ୍ୟା୫ଟାରେ ଏହି ମେଳା ସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।

ମେଳାରେ ବିଶେଷ ଆକର୍ଷଣ ହେଉଛି ବିଭିନ୍ନ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ କାରିଗରୀର ସମାହାର। ଶାଢ଼, ଡ୍ରେସ୍‌ ମ୍ୟାଟେରିଆଲ୍‌, ଘର ସଜ୍ଜା, କାନ୍ଥ ସଜ୍ଜା, ବେଡ୍‌ଶିଟ୍‌, ଶଲ୍‌ ପ୍ରଭୃତି ଅନେକ ଉପକରଣ ଏଠାରେ ଉପଲବ୍ଧ ହେବ। ସମିତି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ମେଳାରେ ଉତ୍ତରପ୍ରଦେଶର ଚିକନ୍‌ ୱର୍କ, ବନାରସି ଶିଳ୍କ, ବ୍ଲକ୍‌ ପ୍ରିଣ୍ଟ ସହ ରାଜସ୍ଥନର ସଙ୍ଗେରୀ, ବନ୍ଧେଜ, କୋଟା ଦୋରିଆ କାମ, ଗୁଜରାଟର ପାରମ୍ପରିକ ବାନ୍ଧଣି ସାଙ୍ଗକୁ କୁଚ୍‌ ଏମ୍ବ୍ରଏଡୋରୀକାମର ସମାହାର, ମଧ୍ୟପ୍ରଦେଶର ହାଲୁକା ଚନ୍ଦେରୀ କାମ, ମାହେଶ୍ଵରୀ ଓ ବାଟିକ୍‌ ପ୍ରିଣ୍ଟ, ବିହାରରର ପ୍ରସିଦ୍ଧ କୋସା, କୋରା ଓ ଟସର, ଜମ୍ମୁ କଶ୍ମୀରର ଶିଳ୍କ ଓ ପଶ୍ଚିମାଶଲ, ପଶ୍ଚିମବଙ୍ଗର କାନ୍ଥା, ବାଲୁଚରୀ, ଡକାଇ, ଜାମ୍‌ଦାନୀ, ଟାଙ୍ଗାଲୀ, ଆନ୍ଧ୍ର ପ୍ରଦେଶର କଲାମକାରୀ ଭେଜିଟେବଲ୍‌ ରଙ୍ଗ, ଜରି ବର୍ଡ଼ର, ମଙ୍ଗଲଗିରି, ପୋଚମପଲି, ଗଡ଼ୱାଲ, ଭେଙ୍କଟଗିରି, ଉଦପ୍ପା, ତାମିଲନାଡ଼ୁର ମଦୁରାଇ ଓ କାଞ୍ଜିଭରମ, କୋଏମ୍ବାଟୁର ଓ ଏନୋଡ୍‌ କଟନ ଏବଂ ହରିୟାଣାର ହସ୍ତତନ୍ତ ଓ ଏମ୍ବ୍ରଏଡରୀ କାରୀଗରୀର ସମ୍ଭାର ଏଠଶରେ ଦେଖିବାକୁ ମିଳିବ। 

 

Leave a Reply

Your email address will not be published. Required fields are marked *