ରୋଷେଇ – ବ୍ରେକୋଲି କର୍ଣ୍ଣ ଟିକ୍କି
ଆବଶ୍ୟକୀୟ ଜିନିଷ – ୨୦୦ ଗ୍ରାମ ବ୍ରେକୋଲି, ୫୦ ଗ୍ରାମ୍ ଆମେରିକାନ୍ କଣ୍ଣର୍୍, ଅଧା ଚାମଚ ଗରମ ମସଲା, ୨ଟି କଟା କଂଚା ଲଙ୍କା, ଅଧାକପ୍ ଧନିଆ ପତ୍ର, ଅଧା ଚାମଚରୁ କମ୍ ଭଜା ହିଙ୍ଗୁ ପାଉଡର୍, ୧/୨ ବଡ଼ ଚାମଚ ଭଜା ଧନିଆ ପାଉଡର୍, ଗୋଟିଏ ବଡ଼ ଚାମଚ କଟା ଅଦା, ୨ଟି ବଡ଼ ଚାମଚ ବେସନ, ଅଳ୍ପ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ବ୍ରେକୋଲିକୁ ଛୋଟ ଛୋଟ ଖଣ୍ଡ କରି କାଟିରଖନ୍ତୁ । ଏହାକୁ ଗୋଟିଏ ବଡ଼ ବାଉଲରେ ପକାନ୍ତୁ । ସେଥିରେ ଆମେରିକାନ୍ କର୍ଣ୍ଣ୍, ଗରମ ମସଲା, କଂଚା ଲଙ୍କା, ଧନିଆ ପତ୍ର, ଜିରା ପାଉଡର୍, ଧନିଆ ପାଉଡର୍, ଅଦା, ବେସନ ଓ ଲୁଣ ମିଶାଇ ଅଳ୍ପ ପାଣି ଦେଇ ଚକଟନ୍ତୁ । ଏହାକୁ ୧୦-୧୫ ମିନିଟ୍ ଘୋଡ଼ଣୀ ଦେଇ ରଖିଦିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ବ୍ରେକୋଲିରୁ ଅଳ୍ପ ଅଳ୍ପ ନେଇ ଟିକିଆ ଭଳି ଗଢ଼ନ୍ତୁ । ଏହାକୁ ତେଲରେ ଭଲ ଭାବେ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେକୋଲି କର୍ଣ୍ଣ ଟିକ୍କି । ଏହାକୁ ପୁଦିନା ଚଟଣୀ ସହିତ ଗରମ ଗରମ ପରଷନ୍ତୁ ।