ଦରମା ଓ ପେନ୍ସନ୍ ମିଳିବ ୩୧ରେ
ଭୁବନେଶ୍ଵର, (ଓଟି): ଏଥର ସରକାରୀ କର୍ମଚାରୀଙ୍କୁ ୩୧ ତାରିଖରେ ଦରମା ମିଳିବ। ଯେହେତୁ ସେପ୍ଟେମ୍ବର ପ୍ରଥମ ସପ୍ତାହର ପ୍ରଥମ ତିନି ଦିନ ଉତ୍ସବ ଓ ଛୁଟି ଦିନ ରହୁଛି ସରକାର ଅଗଷ୍ଟ ୩୧ ତାରିଖରେ ଦରମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଏନେଇ ବିଭିନ୍ନ ବିଭାଗର ଦରମା ଓ ପେନ୍ସନ୍ ସମ୍ବନ୍ଧୀୟ ବିଲ୍ ସରକାର ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ଏ ବାବଦରେ ଜଣାଇ କୁହାଯାଇଛଇ ଯେ ସେମାନଙ୍କ ଅଞ୍ଚଳରେ ଥିବା ଟେଜରୀ ଅଫିସ୍, ଉପ ଟ୍ରେଜରୀ ଅଫିସ ବା ସରକାରୀ ନେଣ ଦେଣରେ ସମ୍ପୃକ୍ତ ବ୍ୟଙ୍କ୍ଗୁଡ଼ିକୁ ଏ ସମ୍ବନ୍ଧରେ ସୂଚନା ଦେବା ପାଇଁ କୁହାଯାଇଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ୩ ତାରିଖରେ ନୂଆଖାଇ ପଡ଼ୁଛି। ଏହାର ଦୁଇଦିନ ପୂର୍ବରୁ ଅଥ;ାତ୍ ୧ ଓ ୨ ତାରିଖରେ ସରକାରୀ ଛୁଟି ଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।