ଫୋବର୍ସ ତାଲିକାରେ ଜଣେ ମଧ୍ୟ ବଲିଉଡ୍ ଅଭିନେତ୍ରୀ ନାହାନ୍ତି
କିଛିଦିନ ତଳେ ଫୋବର୍ସ ପକ୍ଷରୁ ସବୁଠାରୁ ଅଧିକ ଆୟ କରୁଥିବା ୧୦ଜଣ ଅଭିନେତାଙ୍କ ତାଲିକା ପ୍ରକାଶ ପାଇଥିଲା । ଏବେ ଏହି ଧାରାରେ ସବୁଠାରୁ ଅଧିକ ଦାମୀ ଅଭିନେତ୍ରୀଙ୍କ ନାମ ତାଲିକା ସାମନାକୁ ଆସିଛି । କିନ୍ତୁ ଦୁଃଖର ବିଷୟ ଯେ ଏହି ତାଲିକାରେ କେହି ଜଣେ ମଧ୍ୟ ବଲିଉଡ୍ ଅଭିନେତ୍ରିଙ୍କ ନାମ ସାମିଲ୍ ହୋଇପାରିନାହିଁ । ହଲିଉଡ୍ ନାୟିକା ସ୍କାରଲେଟ୍ ଜୋହାନସନ୍ ଦ୍ୱିତୀୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ବାର୍ଷିକ ଆୟ ୫୬ ମିଲିୟନ୍ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ୪୦୦ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ସ୍କାରଲେଟଙ୍କ ବାର୍ଷିକ ଆୟ ଥିଲା ୨୫୯ କୋଟି ଟଙ୍କା । ମାର୍ବଲ୍ ଷ୍ଟୁଡିଓଜ୍ ପକ୍ଷରୁ ନିର୍ମିତ ‘ଏଭେଞ୍ଜରର୍ସ ଏଣ୍ଡଗେମ୍’ରେ ଶେଷଥର ପାଇଁ ସ୍କାରଲେଟ୍ ପରଦା ଉପରକୁ ଆସିଥିଲେ । ବିଶ୍ୱସ୍ତରରେ ଏହି ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବାର ଖବର ଆସିଥିଲା । ଏହାର ୱାଲର୍ଡ଼ୱାଇଡ୍ କଲେକସନ୍ ଥିଲା ପ୍ରାୟ ୧୯,୯୯୪ କୋଟି ଟଙ୍କା ।
ତେବେ ସ୍କାରଲେଟ୍ଙ୍କ ବ୍ୟତୀତ କ୍ରମାଗତ ଭାବରେ ତାଲିକାରେ ସାମିଲ୍ ଥିବା ଅନ୍ୟ ନାୟିକାମାନେ ହେଉଛନ୍ତି – ସୋଫିୟା ଭରଗାରା(୨୯୪ କୋଟି), ଜିଜ୍ ହ୍ୱିଦରସ୍ପୁନ୍(୨୫୦କୋଟି), ନିକୋଲ୍ କିଡମନ୍(୨୪୩ କୋଟି), ଜେନିଫର୍ ଏନିଷ୍ଟନ (୨୦୦କୋଟି), କୈଲି କୁକୋ (୧୭୯ କୋଟି), ଏଲିଜାବେଥ୍ ମାସ୍(୧୭୨ କୋଟି), ମର୍ଗୋଟ୍ ରଁବି (୧୬୮ କୋଟି), ଚାର୍ଲିଜ୍ ଥେରୋନ୍ (୧୬୪ କୋଟି) ଓ ଏଲେନ୍ ପେମ୍ମୋ (୧୫୭ କୋଟି) ।











