ଲୁଚିଛପି ବିବାହ କଲେ ଡ୍ୱାୟନେ ଜନସନ୍

ହଲିଉଡ୍ ଓ ବଲିଉଡ୍ ଦର୍ଶକଙ୍କ ପ୍ରିୟ ଅଭିନେତା ଡ୍ୱାୟନେ ଗତ ୧୮ ତାରିଖରେ ହବାଇଠାରେ ସିଙ୍ଗର୍ ଲରେନ୍ ହେସିଅନଙ୍କ ସହିତ ସିକ୍ରେଟ୍ ମ୍ୟାରେଜ୍ କରି ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି । ଖବର ଜଣାପଡ଼ିବା ପରେ ଏ ସମ୍ପର୍କରେ ଜନସନ୍ କହିଛନ୍ତି ଯେ ବିବାହ ସମ୍ପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଜୀବନର ଏହି ନୂଆ ଦିଗ ପାଇଁ ଆମେ ଦୁହେଁ ଖୁବ୍ ଖୁସି । କହିରଖୁଛୁ ବିଗତ ୧୩ ବର୍ଷ ଧରି ଜନସନ୍ ଓ ଲରେନ୍ ରିଲେସନସିପରେ ଥିଲେ । ୨୦୦୬ରେ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ୨୦୦୭ରୁ ଏହି ଲଭବାର୍ଡ଼ ଡେଟିଙ୍ଗ୍ ଆରମ୍ଭ କରିଥିଲେ । ଏହି ଯୋଡ଼ିଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଇନଷ୍ଟାଗ୍ରାମ୍ ମାଧ୍ୟମରେ ଜନସନ୍ ତାଙ୍କର ବିବାହ ଖବର ସେୟାର୍ କରିଥିଲେ ।

କିଛିଦିନ ତଳେ ଫୋବର୍ସ ମ୍ୟାଗେଜିନ୍ ପକ୍ଷରୁ ଦାମୀ ଅଭିନେତା ତାଳିକା ପ୍ରକାଶ ପାଇଥିଲା । ସେଥିରେ ଜନସନ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୨୦୧୬ରେ ମଧ୍ୟ ସେ ଟପ୍ ପୋଜିସନ୍ ହାସଲ କରିଥିଲେ । କିନ୍ତୁ ୨୦୧୭ ଓ ୨୦୧୮ରେ ସେ ଦାମୀ ଅଭିନେତା ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ । ଜନସନଙ୍କ ବିବାହ ଖବର ଶୁଣିବା ପରେ ପ୍ରଶଂସକମାନେ ଏହି ଯୋଡ଼ିଙ୍କୁ ଅନେକ ଶୁଭକାମନା ଜଣାଇଛନ୍ତି । 

Leave a Reply

Your email address will not be published. Required fields are marked *