ଜାୱେଦ୍ ହବିବଙ୍କ ଠାରୁ ଜାଣନ୍ତୁ ରୂପି ସମସ୍ୟା ଦୂର କରିବା ପାଇଁ ଟିପ୍ସ

ପ୍ରଖ୍ୟାତ ହେୟାର୍ ଡିଜାଇନର୍ ଜାୱେଦ୍ ହବିବ୍ ନିକଟରେ ମିଡିଆ ସହିତ ଏକ ସାକ୍ଷାତକାରରେ ରୂପି ସମସ୍ୟା ଦୂର କରିବା ପାଇଁ କିଛି ଟିପ୍ସ୍ ଦେଇଥିଲେ । ଜାୱେଦଙ୍କ ସେହି ସବୁ ସରଳ ଓ ସହଜ ଟିପ୍ସଗୁଡ଼ିକୁ ଆପଣାଇବା ଦ୍ୱାରା ଖୁବ୍ କମ୍ ଦିନରେ ରୂପି ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଜାଣିବା –

୧- ୪ ଚାମଚ ନଡ଼ିଆ ତେଲରେ ୨ ଚାମଚ ଲେମ୍ବୁ ରସ ମିଶାଇ କେଶ ମୂଳରେ ଲଗାଇ ପ୍ରାୟ ୧୦ ମିନିଟ୍ ଛାଡ଼ି ଦିଅନ୍ତୁ । ଏହାପରେ ମାଇଲ୍ଡ ସାମ୍ପୁରେ କେଶ ଧୁଅନ୍ତୁ ।

୨- ୨ ଚାମଚ ନଡ଼ିଆ ତେଲ ସହିତ ଗୋଟିଏ ପୂଜା କର୍ପୁରକୁ ଗୁଣ୍ଡକରି ମିଶାଇ ଲଗାନ୍ତୁ । ଏହାକୁ ପ୍ରାୟ ୧ଘଣ୍ଟା ରଖି ମଇଶ୍ଚରାଇଜର୍ ଯୁକ୍ତ ସାମ୍ପୁରେ କେଶକୁ ଧୋଇଦିଅନ୍ତୁ ।

୩- ରୂପି ସମସ୍ୟା ଦୂର କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଆଲୋବେରା ଜେଲ୍ । ଆଣ୍ଟି ଅକ୍ସିଡେଣ୍ଟ୍ରେ ଭରପୂର ତାଜା ଆଲୋବେରା ଜେଲକୁ ଆଣି କେଶମୂଳରେ ଲଗାଇ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ଉଷୁମ ପାଣିରେ ଧୋଇଦିଅନ୍ତୁ ।

୪- କେଶ ପାଇଁ ଉତ୍ତମ କଣ୍ଡିସନର୍ ଭାବେ ବ୍ୟବହୃତ ମେହେନ୍ଦି ରୂପି ସମସ୍ୟା ମଧ୍ୟ ଦୂର କରିଥାଏ । ମେହେନ୍ଦି ସହିତ ମେଥି ମିଶାଇ ଲଗାନ୍ତୁ ଏବଂ କୌଣସି ହରବାଲ୍ ସାମ୍ପୁରେ କେଶ ଧୁଅନ୍ତୁ ।

୫- ସପ୍ତାହରେ ୨-୩ଥର ଉଷୁମ ତେଲ ଭଲ ଭାବେ ମାଲିସ୍ କରନ୍ତୁ ।

୬- ପ୍ରୋଟିନ୍ଯୁକ୍ତ ଡାଏଟ୍ ସହିତ ବାହାରକୁ ଯିବା ସମୟରେ ପ୍ରଦୂଷଣରୁ କେଶକୁ ସୁରକ୍ଷା ଦେବା ପାଇଁ ମୁଣ୍ଡକୁ ଭଲ ଭାବେ ଡାଙ୍କି କରି ଯାଆନ୍ତୁ ।

Leave a Reply

Your email address will not be published. Required fields are marked *