‘ବିଗ୍ ବସ୍ ୧୩’ର ପ୍ରଥମ ପ୍ରୋମୋ ରିଲିଜ୍

ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘ବିଗ୍ ବସ୍ ୧୩’ର ପ୍ରଥମ ପ୍ରୋମୋ କଲର୍ସ ଚ୍ୟାନେଲର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ରିଲିଜ୍ କରାଯାଇଛି । ସବୁଥର ଭଳି ବିଗ୍ ହାଉସର ବିଗ୍ ବସ୍ ଭାବେ ଅଛନ୍ତି ଦବଙ୍ଗ ଖାନ୍ ସଲ୍ଲୁ ଭାଇଜାନ୍ । ପ୍ରୋମୋରେ ସଲ୍ଲୁଙ୍କୁ ଷ୍ଟେସନ୍ ମାଷ୍ଟର୍ ଭାବେ ଦେଖିବାକୁ ମିଳିଛି । ସେ ଟ୍ରେନରେ ବସି ଚଳିତ ସିଜିନର ନିୟମ ବୁଝାଇବା ସହ କହୁଛନ୍ତି ଯେ – କୃପୟା ଧ୍ୟାନ ଦେ । ଇସ୍ ବାର୍ ବିଗବସ୍ କି ଗାଡ଼ି ହୋଗି ସିତାରା ସ୍ପେଶାଲ୍, ଜଲଦି ଆଇୟେ, ବରନା ପଛତାଓଗେ’ । ଏହି ପ୍ରୋମୋ ଦେଖିବା ପରେ ଶୋ’ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

‘ବିଗ୍ ବସ୍ ୧୩’ ସିଜିନରେ ଦର୍ଶକଙ୍କୁ ଅନେକ ଡ୍ରାମା ସହିତ ରୋମାଞ୍ଚ ଓ ସରପ୍ରାଇଜ୍ ମଧ୍ୟ ମିଳିବ । ଏଥର ଶୋ’ର ସେଟ୍ ଗୋରେଗାଓଁ ଫିଲ୍ମ ସିଟିରେ ପ୍ରସ୍ତୁତ କରାଯାଇଛି । ସିଜନ୍ ୧୩ରେ ଚଙ୍କି ପାଣ୍ଡେ, ସିଦ୍ଧାର୍ଥ ଶୁକ୍ଳା, ଦେବୋଲିନା ଭଟ୍ଟାଚାର୍ଯ୍ୟ, ଆଦିତ୍ୟ ନାରାୟଣ, ମୁଗ୍ଧା ଗୋଡସେ ଓ ରୁଚା ଭଦ୍ରାଙ୍କ ଭଳି ଅନେକ ତାରକା ବିଗ୍ ହାଉସର ଶୋଭା ବଢାଇବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *