ଅନୁଷ୍କାଙ୍କ ସ୍ପେଶାଲ୍ ଗେଷ୍ଟ୍, ଜାଣନ୍ତୁ କେମିତି କଲେ ସ୍ୱାଗତ
ଗତ ବର୍ଷ ରିଲିଜ୍ ହୋଇଥିବା ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ‘ଜିରୋ’ ପରେ ଅନୁଷ୍କା ବଲିଉଡ୍ ଫେରିବାର କୌଣସି ଖବର ଆସିନି । କିନ୍ତୁ ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର୍ କରି ସେ ସବୁେବେଳ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ବିରାଟ କୋହଲିଙ୍କ ସହିତ କ୍ୱାଲିଟି ଟାଇମ୍ କଟାଉଥିବାର କିଛି ଫଟୋ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ହେବା ସହ ଖୁବ୍ ଭାଇରାଲ୍ ହୋଇଥିଲା । ଏବେ ଏହି ଧାରାରେ ଅନୁଷ୍କା ଆଉ କେତୋଟି ଫଟୋକୁ ଇନଷ୍ଟାଷ୍ଟୋରୀ ମାଧ୍ୟମରେ ସେୟାର୍ କରିବା ସହ କ୍ୟାପସନ୍ ରଖିଛନ୍ତି – ‘ଆଜି ଡିନର୍ ପାଇଁ ସ୍ପେଶାଲ୍ ଗେଷ୍ଟ୍’ ।
ଅନୁଷ୍କାଙ୍କ ସେହି ସ୍ପେଶାଲ୍ ଗେଷ୍ଟ୍ କିଏ ହୋଇଥିବ, ସେ କଥା ଜାଣିଛନ୍ତି କି? ତେବେ କହିରଖୁଛୁ ଅନୁଷ୍କାଙ୍କ ସେହି ସ୍ପେଶାଲ୍ ଗେଷ୍ଟ୍ ହେଉଛି ଗୋଟିଏ ବିଲେଇ । ସେ ଖିର ପିଉଥିବାର ଏକ ଫଟୋ ସେୟାର୍ କରି ଅନୁଷ୍କା ମଜାଳିଆ କ୍ୟାପସନ୍ କରିଛନ୍ତି – ‘ଆୱାର୍ ସ୍ପେଶାଲ୍ ଗେଷ୍ଟ୍ ଟୁନାଇଟ୍’ । ଏଭଳି ଏକ ମଜାଳିଆ କ୍ୟାପସନ୍ ସହିତ ବିଲେଇର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସୂଚନାଯୋଗ୍ୟ ଇନଷ୍ଟାଗ୍ରାମରେ ଅନୁଷ୍କାଙ୍କର ୨ କୋଟିରୁ ଊଦ୍ଧ୍ୱର୍ ଫଲୋର୍ସ ଥିବାବେଳେ ବିରାଟଙ୍କୁ ୪ କୋଟିରୁ ଉଦ୍ଧ୍ୱର୍ ପ୍ରଶଂସକ ଫଲୋ କରୁଛନ୍ତି ।











