ରୋଷେଇ – ପଞ୍ଜାବୀ ଖେଚୁଡ଼ି
ଆବଶ୍ୟକୀୟ ଜିନିଷ – ୧/୨ କପ୍ ଚାଉଳ, ୨ ଟେୁବଲ୍ ସ୍ପୁନ୍ ମୁଗଡାଲି,୨ ଟେୁବଲ୍ ସ୍ପୁନ୍ ହରଡ଼ଡାଲି, ଗୋଟିଏ ମିଡିୟମ୍ ସାଇଜ୍ ପିଆଜ କଟା, ୨ ଟେୁବଲ୍ ସ୍ପୁନ୍ ବାଦାମ୍, ୨କପ୍ ପାଣି, ୨ ଟେୁବଲ୍ ସ୍ପୁନ୍ ଘିଅ, ୧/୪ ଟିସ୍ପୁନ୍ ସୋରିଷ, ୧/୨ ଟିସ୍ପୁନ୍ ଜିରା, ୨ଟି ଲବଙ୍ଗ, ଗୋଟିଏ ଡାଲଚିନି, ଗୋଟିଏ ତେଜପତ୍ର, କିଛି ଗୋଲମରିଚ, ଗୋଟିଏ ଶୁଖିଲା ଲଙ୍କା, ୧/୨ ଟିସ୍ପୁନ୍ ଲଙ୍କା ପାଉଡର୍, ୧/୪ ଟିସ୍ପୁନ୍ ହଳଦୀ, କିଛି କଟା ଧନିଆ ପତ୍ର ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଚାଉଳ, ମୁଗ ଡାଲି ଓ ହରଡ ଡାଲିକୁ ପାଣିରେ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ । ତାପରେ ପ୍ରେସର୍ କୁକର୍ ନେଇ ସେଥିରେ ଘିଅ ପକାଇ ଗରମ କରନ୍ତୁ । ଘିଅ ଭଲ ଭାବେ ଗରମ ହେବା ପରେ ସେଥିରେ ସୋରିଷ ପକାଇ ଫୁଟାନ୍ତୁ । ଏହାପରେ ଜିରା, ଲବଙ୍ଗ, ଡାଲଚିନି, ତେଜପତ୍ର, ଗୋଲମରିଚ, ଶୁଖିଲା ଲଙ୍କା ଓ ବାଦାମ୍ ପକାଇ ଭଲ ଭାବେ ଭାଜିଦିଅନ୍ତୁ । ଏହାପରେ ସେଥିରେ ପିଆଜକୁ ପକାଇ ଅଳ୍ପ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ଭିଜାଇଥିବା ଚାଉଳ, ମୁଗଡାଲି ଓ ହରଡ଼ ଡାଲିକୁ ପକାଇ ଲଙ୍କା ଗୁଣ୍ଡ, ହଳଦି, ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ । କୁକରର ଢାଙ୍କୁଣୀ ଦେଇ ୩ଟି ସିଟି ହେବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଏହାପରେ ଗ୍ୟାସକୁ ବନ୍ଦ କରନ୍ତୁ ଏବଂ ସବୁ ପ୍ରେସର ଆପେ ନ ବାହାରିବା ପର୍ଯ୍ୟନ୍ତ କୁକର୍ ଖୋଲନ୍ତୁ ନାହିଁ । ସବୁ ପ୍ରେସର୍ ବାହାରିବା ପରେ କୁକରର ଡାଙ୍କୁଣୀ ବାହାର କରି ସର୍ଭିଙ୍ଗ୍ ବାଉଲରେ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ପଞ୍ଜାବୀ ଖେଚୁଡ଼ି । ଏହାକୁ ପାମ୍ପଡ଼, ରାଇତା ଓ ଦହି ସହିତ ପରଷନ୍ତୁ ।











