ଟାଟା-ରୁଙ୍ଗଟାକୁ ସହାୟତା ପାଇଁ ସ୫ରକାରଙ୍କ ସେଲ ବାହାନା

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ୧୦ ସ୍କୋୟାର କି.ମି. ପର୍ଯ୍ୟନ୍ତ ଖଣି ଲିଜ୍‌ ପାଇଥିବା କୌଣସି କମ୍ପାନୀ ବା ବକ୍ତିବିଶେଷଙ୍କୁ ଆଉ ଅଧିକ ଖଣି ନ ଦେବା ପାଇଁ ଖଣିଜ ପଦାର୍ଥ ନିଲାମ ଆଇନ-୨୦୧୫ର ଉପଧାରା ୬(୧)(ବି) ଅନୁସାରେ ବ୍ୟବସ୍ଥା ରହିଛି। ଟାଟା ଷ୍ଟିଲ ଓ ରୁଙ୍ଗଟା କମ୍ପାନୀ ସମୁହ ପାଖରେ ୧୦ ସ୍କୋୟାର କି.ମି.ରୁ ଅଧିକ ଖଣି ଲିଜ୍‌ ରହିଛି। ଏପରି କ୍ଷେତ୍ରରେ ଏହି ଦୁଇଟି ସଂସ୍ଥା କିପରି ଖଣି ନିଲାମରେ ଭାଗ ନେଇ ପାରିବେ ସେ ନେଇ ଖଣି ବିଭାଗ ଚିନ୍ତିତ ହୋଇପଡ଼ିଛି। ଖଣି ସିଲିଂ ସୀମାକୁ ୧୦ ସ୍କୋୟାର କି.ମି.ରୁ ୮୮ ସ୍କୋୟାର କି.ମି.କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଖଣି ବିଭାଗକୁ ଚିଠି ଲେଖିଛନ୍ତି। ଏଥିପାଇଁ ଖଣି ବିଭାଗ ଷ୍ଟିଲ ଅଥରିଟ ଅଫ ଇଣ୍ଡିଆ ସେଲର ବାହାନା ନେଇଛନ୍ତି।

ବର୍ତ୍ତମାନ ସେଲପାଖରେ ୫୫.୦୧ ସ୍କୋୟାର କି.ମି. ଖଣି ଥିବାବେଳେ ଟାଟା ଷ୍ଟିଲ ପାଖରେ ସ୍କୋୟାର କି.ମି. ଖଣି ରହିଛି। ସେହିପରି ରୁଙ୍ଗଟା ପରିବାରର ରୁଙ୍ଗଟା ସନ୍ସ, ରୁଙ୍ଗଟା ମାଇନ୍ସ, ବଣାଇ ଇଣ୍ଡଷ୍ଟ୍ରିଆଲ କମ୍ପାନୀ, ଫିଗ୍ରେଡ଼, ଏମଏଲ ରୁଙ୍ଗଟା ଆଦି ବିଭିନ୍ନ କମ୍ପାନୀ ପାଖରେ କେବଳ ଓଡ଼ିଶାରେ ୨୯ ସ୍କୋୟାର କି.ମି. ଖଣି ରହିଛି।

ଖଣିଜ ପଦାର୍ଥ ନିଲାମ ଆଇନ-୨୦୧୫ର ଉପଧାରା ୬(୧)(ବି)କୁ ଲାଗୁ କରାଗଲେ ଟାଟା ଷ୍ଟିଲ, ରୁଙ୍ଗଟା ଓ ସେଲ ଖଣି ନିଲାମରେ ଭାଗ ନେଇପାରିବେ ନାହିଁ। ଏଥିପାଇଁ ଖଣି ବିଭାଗର ବଡ଼ ବଡ଼ ଅଧିକାରୀଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତାମାନଙ୍କର ଚିନ୍ତା ବଢ଼ିଯାଇଛି। କିପରି ଖଣିଜ ପଦାର୍ଥ ନିଲାମ ଆଇନ-୨୦୧୫ର ଉପଧାରା ୬(୧)(ବି)କୁ ସଂଶୋଧନ କରାଯାଇ ଏହାକୁ ବୃଦ୍ଧି କରାଯାଇ ଟାଟା ଷ୍ଟିଲ ଓ ରୁଙ୍ଗଟା କମ୍ପାନୀକୁ ଖଣି ନିଲାମରେ ସାମିଲ କରାଯିବ ସେଥିପାଇଁ ଲାଗିପଡ଼ିଛନ୍ତି।

ରାଜ୍ୟ ଖଣି ବିଭାଗ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହା ହେଲା, ସେଲ କମ୍ପାନୀ ପାଖରେ ୫୫.୦୧ ସ୍କୋୟାର କି.ମି. ଖଣି ରହିଛି। ଯଦି ଉପରୋକ୍ତ ଆଇନକୁ ଲାଗୁ କରାଯାଏ ତେବେ ସେଲ ଖଣି ନିଲାମ ପ୍ରକ୍ରିୟାରେ ଅଂଶ କ୍ରହଣ କରିପାରିବ ନାହିଁ। ତେଣୁ କେନ୍ଦ୍ର ସରକାର ଓଡ଼ିଶା କ୍ଷେତ୍ରରେ ଥିବା ୧୦ ସ୍କୋୟାର କି.ମି. ନିୟମକୁ ପରିବର୍ତ୍ତନ କରି ୫୮ ସ୍କୋୟାର କି.ମି. କରିବାକୁ ଯୁକ୍ତି ଦର୍ଶାଇଛନ୍ତି।

ଏହି ଯୁକ୍ତି ପଛରେ ଖଣି ବିଭାଗର ଅଧିକାରୀମାନଙ୍କର ସେଲ ଚିନ୍ତା ଦର୍ଶାଯାଇଥିଲେ ହେଁ ତାହା ପ୍ରକୃତ ଚିନ୍ତା ନୁହେଁ। ଟାଟା ଷ୍ଟିଲ ଓ ରୁଙ୍ଗଟା କମ୍ପାନୀ ଖରି ନିଲାମରେ କିପରି ଅଂଶ ଗ୍ରହଣ କରିପାରିବେ ସେଥିପାଇଁ ଏହି ଅଧିକାରୀମାନେ ପୂର୍ବର ନିୟମକୁ ପରିବର୍ତ୍ତନ କରିବା ପାଇଁ ଅଣ୍ଟାଭିଡ଼ି ବାହାରିଛନ୍ତି। ରାଜ୍ୟ ଖଣିବିଭାଗର କହିବା ଅନୁସାରେ ଝାଡ଼ଖଣ୍ଡରେ ଏହି ସୀମା ୭୫ ସ୍କୋୟାର କି.ମି. ଥିବାବେଳେ ଛତିଶଗଡ଼ରେ ୫୦ ସ୍କୋୟାର କି.ମି. ରହିଛି।

 

Leave a Reply

Your email address will not be published. Required fields are marked *