ରୋଷେଇ – ମୋତିଆ କୁରମା ବା ସୁଇଟ୍ କର୍ଣ୍ଣ କରଭି

ଆବଶ୍ୟକୀୟ ଜିନିଷ – ୨ କପ୍ ମକା ଦାନା, ୨ କପ୍ ଖିର, ୧ କପ୍ ଦହି, ୪ ବଡ଼ ଚାମଚ ତେଲ, ୧ ଛୋଟ ଚାମଚ ଜିରା, ଗୋଟିଏ ତେଜପତ୍ର, ୧ ଚୁଟକିରୁ କମ୍ ହିଙ୍ଗୁ, ୧ ଛୋଟ ଚାମଚ ଲଙ୍କା ଗୁଣ୍ଡ, ୨ ବଡ଼ ଚାମଚ ଧନିଆ ପାଉଡର୍, ୨ଟି କଟା ପିଆଜ, ଅଧାକପ୍ କଟା ଧନିଆ ପତ୍ର, ହଳଦୀ ୧/୪ ଚାମଚ, ମସଲା ୧/୪ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ଖିରରେ ମକା ଦାନା ପକାଇ ଫୁଟାନ୍ତୁ । ଖିର ସିଝି ଶୁଖିବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଏହାପରେ ଏକ କରେଇ ବସାଇ ୨ ବଡ଼ ଚାମଚ ତେଲ ଗରମ କରନ୍ତୁ । ସେଥିରେ ପିଆଜ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ତାହାକୁ ଏକ ଥାଳିରେ ବାହାର କରିଆଣନ୍ତୁ । ଗୋଟିଏ ବାଉଲରେ ହଦି, ଲୁଣ ଓ ମସଲା ମିଶାଇ ଭଲ ଭାବେ ଗୋଳାଇ ରଖନ୍ତୁ । କରେଇରେ ଥିବା ତେଲ ସହିତ ଆଉ ୨ ଚାମଚ ତେଲ ଗରମ କରି ସେଥିରେ ଜିରା, ତେଜପତ୍ର ଓ ହିଙ୍ଗୁ ପକାଇ ଫୁଟଣ କରନ୍ତୁ ଏବଂ ସେଥିରେ ଦହିକୁ ପକାଇ ଆଉ କିଛି ସମୟ ଚଲାନ୍ତୁ । ଏହାପରେ ସେଥିରେ ଗୋଟିଏ କପ୍ ପାଣି ସହିତ ମକାଦାନା ପକାଇ ଘୋଡ଼ଣୀ ଦେଇଦିଅନ୍ତୁ । କିଛି ସମୟ ସିଝିବା ପରେ ଅଳ୍ପ ପାଣି ଥିବା ସମୟରେ ତାହାକୁ ସର୍ଭିଙ୍ଗ୍ ଥାଳିରେ ବାହାର କରି ଆଣନ୍ତୁ ଏବଂ ତା’ ଉପରେ ଭଜା ପିଆଜ ପକାଇ ଗରମ ଗରମ ସୁଇଟ୍ କର୍ଣ୍ଣ କରଭିକୁ ପରାଠା ସହିତ ପରଷନ୍ତୁ ।

Leave a Reply

Your email address will not be published.