ପହିଲାରୁ ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି

ଭୁବନେଶ୍ଵର, (ଓଟି): ସେପ୍ଟେମ୍ବର ୧ ତାରିଖରୁ ବଲାଙ୍ଗୀର-ଭୁବନେଶ୍ଵର ଇଣ୍ଟରସିଟି ଏକ୍ସପ୍ରେସ୍‌ ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ। ଅର୍ଥାତ୍‌ ଯେଉଁ ଟ୍ରେନ ଏବେ ୨ଟା ୩୦ ମିନିଟ୍‌ ସମୟରେ ବଲାଙ୍ଗୀର ଷ୍ଟେସନ୍‌ ଛାଡ଼ୁଛି ତାହାର ପରିବର୍ତ୍ତିତ ସମୟ ରହିବ ଅପରାହ୍ଣ ୨ଟା ୪୫ ମିନିଟ୍‌। ଏହି ଅନୁସାରେ ଅନ୍ୟ ରହଣୀ ଷ୍ଟେସନ୍‌ଗୁଡ଼ିକରେ ମଧ୍ୟ ଟ୍ରେନ୍‌ର ଅସିବା ସମୟ ବଦଳିବ। କିନ୍ତୁ ଭୁବନେଶ୍ଵରରୁ ବାହାରୁଥିବା ସମୟ ଅପରିବର୍ତ୍ତିତ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ର ସମୟ ସାରଣୀକୁ ପରିବର୍ତ୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଥିବା କୁହାଯାଇଛି।   ଏଥିରେ କୁହାଯାଇଛି ଯେ, ‘୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ମାସ ପହିଲା ଠାରୁ ବଲାଙ୍ଗୀର ଠାରୁ ବର୍ତ୍ତମାନ ସ୍ଥିରୀକୃତ ସମୟ ଅପରାହ୍ନ ୨ଘ.୩୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୪୫ମି. ରେ ବଲାଙ୍ଗୀର ଠାରୁ ଛାଡି ଭୁବନେଶ୍ୱର ଠାରେ ପୂର୍ବନିର୍ଦ୍ଧାରିତ ସମୟ ରାତ୍ର ୯ଘ.୪୦ମି. ପରିବର୍ତ୍ତେ ରାତ୍ର ୯ଘ.୫୫ମି. ରେ ପହଞ୍ଚିବ’।       

ବଲାଙ୍ଗୀର ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଟର ସିଟି ଏକ୍ସପ୍ରେସ ପାଇଁ ସ୍ଥିରୀକୃତ ଷ୍ଟେସନ ମାନଙ୍କରେ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇ ଅଛି I  ବଲାଙ୍ଗୀର-ଭୁବନେଶ୍ୱରଇଣ୍ଟର ସିଟି ଏକ୍ସପ୍ରେସ ଲୋଇଶିଙ୍ଗା ରୁ ଅପରାହ୍ନ ୩ଘ.୦୩ମି.ରେ, ବରଗଡ଼ ରୋଡ଼ ରୁ ଅପରାହ୍ନ ୩ଘ.୪୯ମି.ରେ, ସମ୍ବଲପୁର ରୁ ଅପରାହ୍ନ ୪ଘ.୫୦ମି.ରେ, ରେଢ଼ାଖୋଲ ରୁ ଅପରାହ୍ନ ୫ଘ.୫୭ମି.ରେ, ଅନୁଗୁଳ ରୁ ସନ୍ଧ୍ୟା ୭ଘ.୨୯ମି.ରେ, ତାଳଚେର ରୋଡ଼ ରୁ ସନ୍ଧ୍ୟା ୭ଘ.୪୧ମି.ରେ, ଢେଙ୍କାନାଳ ରୁ ରାତ୍ର ୮ଘ.୩୧ମି.ରେ ଏବଂ ନରାଜ ମାର୍ଥାପୁର ରୁ ରାତ୍ର ୯ଘ.୧୭ମି.ରେ ଛାଡି ଭୁବନେଶ୍ୱର ଯାତ୍ରା କରିବ I  

Leave a Reply

Your email address will not be published.