ବାସ୍ତୁ ଟିପ୍ସ: ଗୃହିଣୀମାନେ କରିଦିଅନ୍ତୁ ଏହି ୩ଟି କାମ, ହେବ ଧନବର୍ଷା
ଘରେ ବାସ୍ତୁ ଦୋଷ ଥିଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ସବୁଠାରୁ ବଡ଼ ସମସ୍ୟାଟି ହେଉଛି ଆର୍ଥିକ ସଙ୍କଟ । ବାସ୍ତୁ ଦୋଷ ସହିତ ଗୃହିଣୀମାନେ ଅଜାଣତରେ ଏଭଳି କିଛି ଭୁଲ୍ କରିଥାନ୍ତି, ଯାହାଦ୍ୱାରା ଘରେ ସବୁବେଳେ ଟଙ୍କାପଇସାର ଅଭାବ ଲାଗି ରହିଥାଏ । ଏହା ବ୍ୟତୀତ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ, ଯାହାଦ୍ୱାରା ସୁଖଶାନ୍ତି ନଷ୍ଠ ହୁଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଶେଷ ଭାବେ ଗୃହିଣୀଙ୍କ ପାଇଁ ଅନେକ ନିୟମ ରହିଛି । ସେସବୁ ମଧ୍ୟରୁ ଶୋଇବା ପୂର୍ବରୁ ଗୃହିଣୀମାନେ ମାତ୍ର ୩ଟି ନିୟମ ମାନି ଚଳନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଧୀରେ ଧୀରେ ସୁଖସମୃଦ୍ଧି ବୃଦ୍ଧି ହେବ ।
ତେବେ ଆସନ୍ତୁ ଜାଣିନେବା ସେହି ୩ଟି ନିୟମ ସମ୍ପର୍କରେ –
୧- ଶୋଇବା ପୂର୍ବରୁ ଅଇଁଠା ବାସନକୁ ବାଥରୁମ୍ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ । ଏହାକୁ ଧୋଇ ରଖନ୍ତୁ । ଯଦି ବାସନ ସଫା କରିବା ପାଇଁ ସରଭେଣ୍ଟ୍ ଆସୁଛନ୍ତି ତେବେ ସବୁ ଅଇଁଠା ବାସନକୁ ଏକ ବଡ଼ ଟପରେ ରଖି ବେସିନ୍ ତଳେ ରଖିଦିଅନ୍ତୁ । ଯଦି ସୁବିଧା ଥାଏ, ତେବେ ଏହାକୁ ଘର ବାହାରେ କୌଣସି କୋଣରେ ରଖିବା ଆହୁରି ଭଲ ।
୨- ଶୋଇବା ପୂର୍ବରୁ ରୋଷେଇ ଘରକୁ ଭଲ ଭାବେ ଧୋଇ ଗୋଟିଏ କର୍ପୁର ଜାଳିଦିଅନ୍ତୁ । ଏଭଳି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
୩- ସପ୍ତାହର ଯେ କୌଣସି ଗୋଟିଏ ଦିନରେ ଶୋଇବା ପୂର୍ବରୁ ଆପଣଙ୍କ ହଲରେ ଗୋଟିଏ କାଚ ବାଉଲରେ ସୈନ୍ଧବ ଲୁଣ ରଖିଦିଅନ୍ତୁ । ସକାଳେ ମୁହଁ ଧୋଇବା ପୂର୍ବରୁ ଏହି ଲୁଣକୁ ନେଇ ଘର ବାହାରେ ଥିବା କୌଣସି ନାଳିରେ ପକାଇଦିଅନ୍ତୁ । ଏହା ଦ୍ୱାରା ନେଗେଟିଭ୍ ଏନର୍ଜିରୁ ମୁକ୍ତି ମିଳିଥାଏ ।