ସୁଧାଂଶୁ ଷଡ଼ଙ୍ଗୀ ହେବେ ନୂଆ ପୁଲିସ କମିଶନର, ସତ୍ୟଜିତଙ୍କୁ ଜେଲ୍ ବିଭାଗ
ଭୁବନେଶ୍ୱର, (ଓଟି): ଭୁବନେଶ୍ୱର,-କଟକ ପୁଲିସ କମିଶନରେଟ୍ର ନୂତନ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମକୁ ଅନୁମୋଦନ କରିଛନ୍ତି ରାଜ୍ର ସରକାର । ୧୯୯୦ ବ୍ୟାଚ୍ର ଏହି ପୁଲିସ ଅଧିକାରୀ ବର୍ତ୍ତମାନର କମିଶନର ସତ୍ୟଜିତ୍ ମହାନ୍ତିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ସରକାର ଜେଲ୍ ବିଭାଗ ଅତିରିକ୍ତ ମହାନିର୍ଦେଶକ ଭାବେ ବଦଳି କରିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ୟପ୍ତି ଅନୁସାରେ ରାଜ୍ୟର ୩୯ ଜଣ ଆଇପିଏସ୍ ଅଧିକାରୀଙ୍କ ଦାୟିତ୍ୱ ଅଦଳବଦଳ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ଭିତରେ ଜେଲ୍ ଆଇଜି ମହେନ୍ଦ୍ର ପ୍ରତାପଙ୍କୁ ଛାପାକଳ ନିର୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ମିଳିଛି । ଅତିରିକ୍ତ ଡିଜି ପୁଲି ଅପରେସନ୍ ଆର୍ପି କୋେ ଙ୍କୁ ଆଇନ ଶୃଙ୍ଖା ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । ହୋମ୍ଗାର୍ଡ଼ ଆଇଜି ରଜେଶ କୁମାରଙ୍କୁ ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ନିଯୁକ୍ତି ମିଳିଛି ।