ହେଲଥ୍ ଟିପ୍ସ: ମାଇଗ୍ରେନ୍ ଦୂର କରିବା ପାଇଁ ଘରୋଇ ଉପାୟ

ଆଜିକାଲି ଛୋଟ ପିଲାମାନେ ମଧ୍ୟ ମାଇଗ୍ରେନର ଶିକାର ହେଉଛନ୍ତି । ଏହାକୁ କୌଣସି ସାଧାରଣ ମୁଣ୍ଡବିନ୍ଧା ଭାବି ଏଡ଼ାଇ ଦେବା ଠିକ୍ ନୁହେଁ । ମାଇଗ୍ରେନ୍ ସମସ୍ୟା ଅଧିକ ହେଲେ ବାନ୍ତି ହେବା, ହାତପାଦ ଥଣ୍ଡା ପଡ଼ିଯିବା ଏବଂ ରକ୍ତପ୍ରବାହ କମ୍ ହୋଇଯିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଅନିୟମିତ ଜୀବନଶୈଳୀ ଓ ଅଧିକ ଟେନସନ୍ ଏହାର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଉଛନ୍ତି । ୧୫ରୁ ୫୫ ବର୍ଷ ମଧ୍ୟରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଦିନକୁ ଦିନ ଏହି ରୋଗର ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏଥିରୁ ମୁକ୍ତି ପାଇବାକୁ ହେଲେ ଡାକ୍ତରୀ ଔଷଧ ସହିତ କିଛି ଘରୋଇ ଚିକିତ୍ସା ମଧ୍ୟ କରିବା ନିହାତି ଆବଶ୍ୟକ ।

ମାଇଗ୍ରେନର ଘରୋଇ ଉପଚାର ମଧ୍ୟରେ ରହିଛି ଖିର ଓ ତୁଳସୀପତ୍ର । ଖିର ଓ ତୁଳସୀପତ୍ରକୁ ମିଶାଇ ଖାଇବା ଦ୍ୱାରା ମାଇଗ୍ରେନ୍ ଖୁବ୍ ଶୀଘ୍ର ଦୂର ହୋଇଥାଏ । ଦେଢ଼ ଗ୍ଲାସ୍ ଖିରକୁ ଫୁଟାନ୍ତୁ । ଖିର ଗରମ ହୋଇ ଉପରକୁ ଆସିଲେ ସେଥିରେ ତୁଳସୀର ୯-୧୦ଟି ପତ୍ର ପକାଇ ଧିମା ଆଂଚରେ ଫୁଟାନ୍ତୁ । ଖିର ଫୁଟିବା ପରେ ୧ ଗ୍ଲାସ୍ ହୋଇଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଖିର ହାଲ୍କା ଉଷୁମ ଥିବାବେଳେ ଶୋଇବା ପୂର୍ବରୁ ପିଅନ୍ତୁ । ଏହାକୁ ଆପଣ ସକାଳୁ ବ୍ରେକଫାଷ୍ଟରେ ମଧ୍ୟ ପିଇପାରିବେ । ମନେ ରଖନ୍ତୁ ନିୟମିତ ଏଭଳି କରିବା ପରେ ଧୀରେ ଧୀରେ ମାଇଗ୍ରେନ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ତୁଳସୀ ଯୁକ୍ତ ଖିର ମାଇଗ୍ରେନ୍ ସହିତ ଡିପ୍ରେସନ୍, ହୃଦରୋଗ, ପଥୁରି ରୋଗ ବା ଷ୍ଟୋନ୍ ସମସ୍ୟା ଦୂର କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *