ହେଲଥ୍ ଟିପ୍ସ: ବର୍ଷାଦିନରେ ଗର୍ଭବତୀଙ୍କ ଯତ୍ନ

ବର୍ଷାଦିନରେ ଗର୍ଭବତୀଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ଥାଏ । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖାଯିବା ଉଚିତ୍ । ନଚେତ ଗର୍ଭବତୀଙ୍କ ସହିତ ଗର୍ଭସ୍ଥ ଶିଶୁ ମଧ୍ୟ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ତେବେ ଆସନ୍ତୁ ଜାଣିନେବା ଏ ସମ୍ପର୍କିତ କିଛି ଟିପପ୍ସ –
୧- ବର୍ଷାଦିନରେ ଗରମ ଖାଦ୍ୟ ଖାଆନ୍ତୁ । ବାସି ଖାଦ୍ୟ ଖାଆନ୍ତୁ ନାହିଁ । ବାହାର ଖାଦ୍ୟ ଓ ଜଙ୍କଫୁଡ୍ ଠାରୁ ଦୂରେଇ ରହନ୍ତୁ ।
୨- କର୍ମଜୀବୀ ମହିଳା ହୋଇଥିଲେ ଅଧିକ ମୋଟା ସୂତା ଶାଢ଼ୀ ପିନ୍ଧନ୍ତୁ ନାହିଁ । କାରଣ ଏହା ବର୍ଷାରେ ଓଦା ହୋଇଗଲେ ଶୀଘ୍ର ଶୁଖିନଥାଏ । ଏହାଦ୍ୱାରା ସ୍କିନ୍ ଇନଫେକ୍ସନ୍ ହେବାର ସମ୍ଭାବନା ଥାଏ ଏବଂ ଏହା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଇଥାଏ ।
୩- ବର୍ଷାଦିନରେ ଘରର ଚାରିପାଖ ସଫା ରଖନ୍ତୁ । ମଶା ଯୋଗୁଁ ସୃଷ୍ଟି ହେଉଥିବା ରୋଗର ଆଶଙ୍କା ନଥାଏ ।
୪- ବର୍ଷାଦିନରେ ଅଧିକ ଶୋଷ ଲାଗିନଥାଏ । କିନ୍ତୁ ଗର୍ଭବତୀମାନେ ଅଧିକରୁ ଅଧିକ ପାଣି ପିଇବାକୁ ଚେଷ୍ଟା କରନ୍ତୁ ।
୫- ବର୍ଷାଦିନେ ପାଦରେ ଏକ୍ସିମା ସମସ୍ୟା ଅଧିକ ଦେଖାଯାଏ । ତେଣୁ ବର୍ଷାଦିନରେ ପାଦ ଶୁଖିଲା ରଖିବା ପାଇଁ ବୁଟ୍ କିମ୍ବା ହାପସୁଜ୍ ନପିନ୍ଧି ଫ୍ଲାଟ୍ ଚପଲକୁ ଗୁରୁତ୍ୱ ଦିଅନ୍ତୁ । ବାହାରୁ ଆସିବା ପରେ ପାଦକୁ ଗରମ ପାଣିରେ ସାବୁନ୍ ଦ୍ୱାରା ସଫା କରନ୍ତୁ ।
୬- ବର୍ଷାଦିନରେ ପରିବେଶ ଆଦ୍ର ଥିବାରୁ ଡ୍ରେସଗୁଡ଼ିକ ଶୁଖିନଥାଏ । ଅଧିକାଂଶ ମହିଳା ହାଲକା ଓଦା ଥିବା ଶାଢ଼ୀ ପିନ୍ଧିଥାନ୍ତି । ଏଥିରୁ ସ୍କିନ୍ ଡିଜିଜ୍ ହେବାର ଆଶଙ୍କା ଥାଏ ଏବଂ ସେଥିରୁ ବାହାରୁ ଥିବା ଦୁର୍ଗନ୍ଧ ନିଶ୍ୱାସରେ ଗଲେ ଗର୍ଭସ୍ଥ ଶିଶୁଙ୍କୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏ ସବୁରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *