ରୋଷେଇ – ବିଦେଶୀ ଖାଦ୍ୟ ଚୁରୋସ୍
ଆବଶ୍ୟକୀୟ ଜିନିଷ – ଦେଢ଼ କପ୍ ମଇଦା, ୧ ଛୋଟ ଚାମଚ ବେକିଙ୍ଗ୍ ପାଉଡର୍, ଦେଢ଼ ଚାମଚ ଗୁଣ୍ଡ ଚିନି, ଜାଇଫଳ ତେଳ କିମ୍ବା ଲହୁଣୀ ୧ ଛୋଟ ଚାମଚ, ଅଧା କପ୍ କ୍ରୀମ୍, ୪ଟ ଡାର୍କ ଚକଲେଟ୍, ଅଧା ଛୋଟ ଚାମଚ ଲୁଣ ଓ ଛାଣିବା ପାଇଁ ଘିଅ ।
ପ୍ରସ୍ତୁତି ପ୍ରଣାଳୀ – ନନ୍ଷ୍ଟିକ୍ ପ୍ୟାନରେ ଲହୁଣୀ ଗରମ କରି ସେଥିରେ ଲୁଣ, ଚିନି ଓ ପାଣି ମିଶାଇ ଫୁଟିବାକୁ ଦିଅନ୍ତୁ । ଏହାଫୁଟିବା ପରେ ଏକ ବାଉଲରେ ମଇଦା ଓ ବେକିଙ୍ଗ୍ ପାଉଡର୍ ନିଅନ୍ତୁ । ସେଥିରେ ଏହି ପାଣିରୁ ଅଳ୍ପ ଅଳ୍ପ ପକାଇ ଚକଟନ୍ତୁ । ଏହାକୁ ୧୦-୧୫ ମିନିଟ୍ ଘୋଡ଼ଣୀ ଦେଇ ରଖିଦିଅନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ଏହା ଗରମ ହେବା ପରେ ମଇଦାର ମିଶ୍ରଣକୁ ଏକ ପାଇପିନ୍ ବ୍ୟାଗରେ ଭର୍ତ୍ତି କରି ଏହାକୁ (ଜିଲାପି ଭଳି) ଲମ୍ବା ଆକାରରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହା ଭଲ ଭାବେ ଭାଜି ହୋଇଯିବା ପରେ ଏକ ଥାଳିରେ ବାହାର କରନ୍ତୁ ଏବଂ ଏହା ଉପରେ ଗୁଣ୍ଡ ଚିନିକୁ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଚୁରୋସ୍ । ଏହାପରେ ଚକଲେଟକୁ ସମାନ ଭାବରେ ଛୋଟ ଛୋଟ ଖଣ୍ଡ କରି କାଟି ନେବେ । ଆଉ ଏକ ବାଉଲରେ କ୍ରୀମ୍ ଓ ଚକଲେଟ୍ ପକାଇ ୧-୨ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ । କିଛି ସମୟ ଭଲ ଭାବେ ଗୋଳାଇ ଚୁରୋସ୍ ସହିତ ସର୍ଭ କରନ୍ତୁ ।