ରୋଷେଇ – ଅଣ୍ଡା ଫେଣି ତରକାରି
ଆବଶ୍ୟକୀୟ ଜିନିଷ – ୪ଟି ଅଣ୍ଡା, ୧ ବଡ଼ ଚାମଚ ଅଦା-ରସୁଣ ପେଷ୍ଟ୍, ୨ଟି ଟମାଟର ବଟା , ୧ ବଡ଼ ପିଆଜର ବଟା, ଅଧାକପ୍ ଧନିଆ ପତ୍ର, ୨ଟି ଶୁଖିଲା ଲଙ୍କା ଓ ତେଜପତ୍ର, ୧ ଚାମଚ ହଳଦି ଗୁଣ୍ଡ, ୧ ଚାମଚ ଜିରା, ୧ ଚାମଚ ଜିରା ପାଉଡର୍, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, କିଛି ସୋରିଷ ତେଲ,ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗୋଟିଏ ବଡ଼ ବାଉଲରେ ଏକ ଚୁଟକି ଲୁଣ, ୧/୨ ଚାମଚ ହଳଦୀ, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ଜିରା ପାଉଡର୍, କିଛି ଧନିଆ ପତ୍ର ଓ ୧ ଚାମଚ ପିଆଜ ବଟାକୁ ପକାନ୍ତୁ । ଏଥିରେ ଅଣ୍ଡାକୁ ଭାଙ୍ଗି ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାପରେ କରେଇ ବସାଇ ୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ଅଣ୍ଡାରୁ ଅଳ୍ପ କରେଇରେ ପକାଇ ପତଳା ଆମଲେଟ୍ କରନ୍ତୁ । ଆମଲେଟ୍ ହାଲକା କଞ୍ଚା ଥିବା ସମୟରେ ତାହାକୁ ଧୀରେ ଧୀରେ ରୋଲ୍ କରନ୍ତୁ । ଅଳ୍ପ ସମୟ ଭାଜି ନିଅନ୍ତୁ । ଏହାପରେ ବାକି ଥିବା ଅଣ୍ଡା ପେଷ୍ଟକୁ ମଧ୍ୟ ପତଳା ଆମଲେଟ୍ କରି ରୋଲ୍ ବନାନ୍ତୁ । ଏହାପରେ ରୋଲ୍ଗୁଡ଼ିକୁ ଏକ ଛୁରୀ ସାହାଯ୍ୟରେ କାଟି ଦିଅନ୍ତୁ । ଗୋଟିଏ ଅଣ୍ଡା ରୋଲରୁ ୩-୪ ପିସ୍ ଖଣ୍ଡ ହେବ । ଏହାପରେ କରେଇ ବସାଇ ଆଉ ୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ୧ ଚାମଚ ଗୋଟା ଜିରା, ଶୁଖିଲା ଲଙ୍କା ଓ ତେଜପତ୍ର ପକାଇ ଭଲ ଭାବେ ଭାଜନ୍ତୁ । ଏହା ପରେ ପିଆଜ ପେଷ୍ଟ୍ ଓ ଅଦାରସୁଣ ପେଷ୍ଟ ଦେଇ ମସଲାକୁ ଭଲ ଭାବେ କଷନ୍ତୁ । ମସଲା ଭାଜି ହୋଇଯିବା ପରେ ବଟା ଟମାଟ ସହିତ ଧନିଆ ପତ୍ର, ହଳଦୀ, ଲୁଣ, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ କୁକ୍ କରନ୍ତୁ । ଏହାପରେ ୧ରୁ ଦେଢ଼ ଗ୍ଲାସ୍ ପାଣି ଦେଇ ଘୋଡ଼ଣୀ ଦେଇ ଦିଅନ୍ତୁ । ମସଲା ପାଣି ଭଲ ଭାବେ ଫୁଟିବା ପରେ ସେଥିରେ ୧ ଚାମଚ ଗରମ ସମଲା ପକାନ୍ତୁ । ଅଣ୍ଡା ଫେଣିଗୁଡ଼ିକୁ ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ କୁକ୍ କରନ୍ତୁ । ୧୦ ମିନିଟ୍ ପରେ ଦେଖିବେ ଅଣ୍ଡାଗୁଡ଼ିକୁ ଫୁଲିଯାଇ ଫେଣି ଭଳି ହୋଇଯାଇଥିବ । ପ୍ରସ୍ତୁତ ହୋଇଗଲା ଅଣ୍ଡା ଫେଣି ତରକାରୀ । ଏହାକୁ ପରଟା କିମ୍ବା ଭାତ ସହିତ ଗରମ ଗରମ ପରଷନ୍ତୁ ।