ହେଲଥ୍ ଟିପ୍ସ: ଅନେକ ରୋଗର ରାମବାଣ ମହୌଷଧି କିୱି

ଅଧିକାଂଶ ବ୍ୟକ୍ତି କିୱି ସମ୍ପର୍କରେ ଜାଣନ୍ତି ନାହିଁ । ଅନେକ ପ୍ରକାର ଭିଟାମିନ୍ ଓ ମିନେରାଲ୍ସରେ ଭରପୂର ଏହା ଏକ ପାହାଡ଼ିଆ ଫଳ । ବଡ଼ ବଡ଼ ମଲ୍ଗୁଡ଼ିକରେ ଏହା ଆପଣଙ୍କୁ ସହଜରେ ମିଳିଯିବ । ଡେଙ୍ଗୁ, ଡାଇବେଟିସ୍ ଓ ହୃଦରୋଗ ଦୂର କରିବା କ୍ଷେତ୍ରରେ ଏହା ରାମବାଣ ମହୌଷଧି । କେବଳ ଏତିକି ନୁହେଁ ଏହା ଆହୁରି ଅନେକ ରୋଗରୁ ମୁକ୍ତି ଦେଇଥାଏ ।

ତେବେ ଆସନ୍ତୁ ଜାଣିବା କିୱିର ଔଷଧିୟ ଗୁଣ ସମ୍ପର୍କରେ –
୧- ଡେଙ୍ଗୁ ରୋଗୀଙ୍କ ପାଇଁ କିୱି ଏକ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷ ଭାବେ ଡେଙ୍ଗୁରୋଗୀଙ୍କୁ ଡାକ୍ତରମାନେ କିୱି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଡେଙ୍ଗୁ ରୋଗ ହେଲେ ଶରୀରରେ ପ୍ଲେଟଲେଟ୍ସ କ୍ଷୟ ହୋଇଥାଏ । ତେଣୁ କିୱି ଖାଇବା ଦ୍ୱାରା ଏହା ପ୍ଲେଟଲେଟ୍ସ କ୍ଷୟକୁ ରୋକିବା ସହିତ ନୂତନ ପ୍ଲେଟଲେଟ୍ସ ସୃଷ୍ଟି କରିଥାଏ । ଡେଙ୍ଗୁ ହେବା ପରେ ରୋଗୀ ବହୁତ ଦୁର୍ବଳ ଅନୁଭବ କରେ । ତେଣୁ ଶରୀରର ଏନର୍ଜି ଲେଭଲ୍ ବଢାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଡାକ୍ତରମାନେ କିୱି ଖାଇବାକୁ କହିଥାନ୍ତି ।
୨- ୧୦୦ରୁ ୯୦ ଭାଗ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ । ଏହି ସମସ୍ୟା ଦୂର କରିବା ପାଇଁ ଲୋକମାନେ ମହଙ୍ଗା ଔଷଧରୁ ଆରମ୍ଭ କରି ଚେରମୂଳି ପର୍ଯ୍ୟନ୍ତ ସବୁକିଛି ଉପାୟ କରିଥାନ୍ତି । କିନ୍ତୁ କିୱି ଖାଇବା ଦ୍ୱାରା ଡାଇବେଟିସ୍ ସବୁଦିନ ପାଇଁ ଭଲ ହୋଇଯାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି । ଏହା ଶରୀରରେ ଇନସୁଲିନର ପରିମାଣକୁ ନିୟନ୍ତ୍ରିତ କରିଥାଏ । କିୱିରେ ଥିବା ଗ୍ଲାଇସିମିକ୍ ଇଣ୍ଡେକ୍ସ ନାମକ ଏକ ତତ୍ୱ ଥିବାରୁ ଏହା ବ୍ଲଡ୍ ସୁଗାର ବଢିବାକୁ ଦେଇନଥାଏ ।
୩- କିୱିରେ ଥିବା ଳ୍ୟୁଟିନ୍ ନାମକ ଏକ ତତ୍ୱ ଆଖି ଓ ସ୍ନାୟୁ ପାଇଁ ଖୁବ୍ ଉପକାରୀ । ଶରୀରରେ ଥିବା ଲ୍ୟୁଟିନ୍ ନାମକ ଏକ ରସାୟନିକ କ୍ଷୟ ହେଲେ ଆଖି ସମ୍ପନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ କିୱିରେ ଥିବା ଭିଟାମିନ୍ ଏ ଆଖିରୋଗୀଙ୍କ ପାଇଁ ବହୁତ ଲାଭକାରୀ । କିୱି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ।
୪- କିୱି ଖାଇବା ଦ୍ୱାରା ବ୍ଲଡ୍ କ୍ଲଟିଙ୍ଗ୍ ଓ ଟ୍ରାଇଗ୍ଲିସ୍ରାଇଡସ୍ ହେବାର ଆଶଙ୍କା ରହେନାହିଁ । ଫଳରେ ଲିଭର୍ ସମସ୍ୟା, ଷ୍ଟ୍ରୋକ୍, କାର୍ଡ଼ିଆକ୍ ଆରେଷ୍ଟ୍ ଓ ହାର୍ଟ ଆଟାକ୍ ଭଳି ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ୨-୩ଟି କିୱିର ଜୁସ୍ ପିଇବା ଦ୍ୱାରା ଅନେକ ପ୍ରକାର ହୃଦରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ ।
୫- କିୱିରେ ଥିବା ଏକ୍ସିନିଡେନ୍ ନାମକ ତତ୍ୱ ଖାଦ୍ୟକୁ ହଜମ କରିବାରେ ବେଶ୍ ସହାୟକ । ଏଥିରେ ଥିବା ଫାଇବର୍ ପ୍ରୋଟିନ୍ ଜାତୀୟ ଖାଦ୍ୟକୁ ଶିଘ୍ର ହଜମ କରିଥାଏ । ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ।
୬- କିୱି ତ୍ୱଚାଜନିତ ସବୁ ସମସ୍ୟା ଦୁର କରିବାରେ ସକ୍ଷମ । ଏଥିରେ ଥିବା ଭିଟାମିନ୍ ସି, ଇ ଓ ଆଣ୍ଟି ଅକ୍ସିଡେଣ୍ଟ୍ ତ୍ୱଚା କୁଞ୍ଜନ ଦୂର କରିବା ସହିତ ତ୍ୱଚାରେ ଚମକ ଆଣିଥାଏ । ଅଧିକ ବ୍ରଣ ସମସ୍ୟା ଦୂର କରିବା ପାଇଁ କିୱି ଖାଇବା ଉଚିତ୍ ।

Leave a Reply

Your email address will not be published. Required fields are marked *