ଚଙ୍କି ପାଣ୍ଡେଙ୍କ ଫାଷ୍ଟଲୁକ୍ ରିଲିଜ୍

ବହୁପ୍ରତିକ୍ଷୀତ ଫିଲ୍ମ ‘ସାହୋ’ ଆଗାମୀ ୩୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମପ୍ରତି ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇବା ପାଇଁ ଫିଲ୍ମମେକର୍ସ ଏକ ଅଭିନବ ଉପାୟ ବାଛିଛନ୍ତି । ଦିନେ ଦୁଇଦିନ ବ୍ୟବଧାନରେ ଫିଲ୍ମର ମୁଖ୍ୟ ଷ୍ଟାରକାଷ୍ଟଙ୍କ ଫାଷ୍ଟଲୁକ୍ ସୋସିଆଲ୍ ମିଡିଆରେ ସେୟାର୍ କରାଯାଉଛି । ବହୁତ ପୂର୍ବରୁ ରିଲିଜ୍ ହୋଇଥିବା ବାହୁବଳୀ ଫେମ୍ ପ୍ରଭାଷଙ୍କ ଆକ୍ସନ୍ ଅବତାର, ଶ୍ରଦ୍ଧା ଓ ପ୍ରଭାଷଙ୍କ ରୋମାଣ୍ଟିକ୍ ଅନ୍ଦାଜର ପୋଷ୍ଟର୍, ଭିଲିଆନ୍ ନୀଲ୍ ନିତିନ୍ ମୁକେଶଙ୍କ ଷ୍ଟାଇଲିସ୍ ଲୁକ୍ ସିନେପ୍ରେମୀଙ୍କୁ ବେଶ୍ ଆକର୍ଷିତ କରିଥିଲା । ଏବେ ଏହି ଧାରାରେ ଫିଲ୍ମର ଆଉ ଜଣେ ତାରକା ଚଙ୍କିପାଣ୍ଡେଙ୍କ ଫାଷ୍ଟଲୁକ୍ ସାମନାକୁ ଆସିଛି ।

ଚଙ୍କିଙ୍କ ଲୁକ୍ ବେଶ୍ ଗମ୍ଭୀର ଜଣାପଡ଼ୁଛି । ଧଳା କେଶ ଓ ଦାଢ଼ି ସହିତ ତାଙ୍କୁ ପ୍ରାୟ ଚିହ୍ନି ହେଉନାହିଁ । ବ୍ଲାକ୍ ହାଇନେକ୍ ସହିତ ବ୍ରାଉନର ରଙ୍ଗର ବ୍ଲେଜର୍ ସହିତ ହାତରେ ରହିଛି ମହଙ୍ଗା ଘଡ଼ି । ଏସବୁ ସହିତ ହାତରେ ଧରିଥିବା ଏକ ସିଗାର୍ ତାଙ୍କୁ ନିଆରା ଲୁକ୍ ଦେଉଛି । ଏହି ପୋଷ୍ଟରକୁ ଚଙ୍କି ଇନଷ୍ଟାଗ୍ରାମରେ ସେୟାର୍ କରିବା ସହ କ୍ୟାପସନରେ ଲେଖିଛନ୍ତ- ସଇତାନ୍ ଆପଣଙ୍କ ସାମନାରେ ଅଛି’ । ରୋମାଣ୍ଟିକ୍ ଇମେଜରୁ ଖଳନାୟକ ହୋଇଯାଇଥିବା ଚଙ୍କିଙ୍କର ଏହି ଲୁକ୍ ପ୍ରଶଂସକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି ।

Leave a Reply

Your email address will not be published. Required fields are marked *