୨୦ କିଲୋ ଓଜନ କମାଇବେ ଅମୀର୍

କାହାଣୀର ଚରିତ୍ରକୁ ଜୀବନ୍ତ କରିବା ପାଇଁ ନିଜ ଉପରେ ଏକ୍ସପରିମେଣ୍ଟ୍ କରୁଥିବା ଅଭିନେତା ଅମୀର୍ ଖାନ୍ ଆଜିକାଲି ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ପୂର୍ବପ୍ରସ୍ତୁତିରେ ଜୋରସୋରରେ ଲାଗି ପଡ଼ିଛନ୍ତି । ଲାଲ୍ ସିଂ ଚଡ୍ଡାଙ୍କର ଯୁବାବସ୍ଥା ଆଧାରରେ କାହାଣୀ ଆଗକୁ ବଢିଛି । ତେଣୁ ଅମୀର୍ ୟଙ୍ଗ୍ ଦେଖାଯିବା ପାଇଁ ୨୦ କିଲୋ ଓଜନ କମାଇବା ପାଇଁ ଅଧିକରୁ ଅଧିକ ସମୟ ଜିମରେ ବିତାଉଛନ୍ତି । ଏହା ସହିତ ସେ ନିଜ ଡାଏଟରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛନ୍ତି । ତାଙ୍କର ଡାଏଟ୍ କେବଳ ରୁଟି, ସିଝା ପରିବା ଓ ଅଳ୍ପ ପ୍ରୋଟିନ୍ ସେକରେ ସୀମିତ । ଆଗାମୀ ସେପ୍ଟେମ୍ବର ମାସରେ ସେ ପରଫେକ୍ଟ ଲୁକ୍ ପାଇଁ କଡ଼ା ଟ୍ରେନିଙ୍ଗ୍ ମଧ୍ୟ ନେବେ ବୋଲି ଶୁଣାଯାଉଛି । ହଲିଉଡ୍ ଫିଲ୍ମ ‘ଫରେଷ୍ଟ୍ ଗମ୍ପ’ର ଅଫିସିଆଲ୍ ହିନ୍ଦୀ ରିମେକ୍ ଭାବେ ‘ଲାଲ୍ ସିଂ ଚଡ୍ଡା’ର ନିର୍ମାଣ କରାଯିବ ।

‘ଫରେଷ୍ଟ୍ ଗମ୍ପ’ ୬ଟି ଓସ୍କାର ଆୱାର୍ଡ଼ ପାଇଥିଲା । ଏହାର ସତ୍ତ୍ୱାଧିକାର ପାଇବା ପାଇଁ ୫ବର୍ଷ ସମୟ ଲାଗିଥିଲା । କାରଣ ଏଥିରେ ମୁଖ୍ୟ ଭୂମିକାରେ କେଉଁ କଳାକାରଙ୍କୁ ସାଇନ୍ କରାଯିବ ଏବଂ ସେ ଏହାର ଚରିତ୍ରକୁ ନିଖୁଣ ଭାବେ ପରଦା ଉପରକୁ ଆଣିପାରିବେ କି ନାହିଁ ସେ ନେଇ ହଲିଉଡ୍ ପ୍ରଡକସନ୍ କମ୍ପାନୀ ଦ୍ୱନ୍ଦ୍ୱରେ ଥିଲେ । କିନ୍ତୁ ଅମୀରଙ୍କ ପରଫେକ୍ଟନେସ୍ ସମ୍ପର୍କରେ ଜାଣିବା ପରେ ଏହାର ସତ୍ୱାଧିକାର ଦେବା ପାଇଁ ରାଜି ହୋଇଥିଲେ । ଏହି ଫିଲ୍ମରେ ଅମୀରଙ୍କ ସହିତ କରିନା କପୁର ଓ ବିବେକ୍ ଗର୍ଗ ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *