୮୬ ବର୍ଷ ପୁରୁଣା ‘କିଙ୍ଗକଙ୍ଗ୍’ର ପୋଷ୍ଟର୍ ନିଲାମ, ନିଲାମ୍ ପ୍ରାଇସ୍ ରଖାଯାଇଛି ୬୦ ହଜାର ଡଲାର୍

ଲଣ୍ଡନର ଗ୍ୟାଲେରି ସୋଥବି ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ବହୁତ ପୁରୁଣା ଫିଲ୍ମ ପୋଷ୍ଟର୍ ଗୁଡ଼ିକର ନିଲାମ କରାଯିବ । ଏଥିରେ ୧୯୩୩ର ଫିଲ୍ମ ‘କିଙ୍ଗକଙ୍ଗ୍’ର ଫ୍ରେଞ୍ଚ୍ ପୋଷ୍ଟର୍ ମଧ୍ୟ ସାମିଲ୍ ହୋଇଛି, ଯାହାର ନିଲାମୀ ପ୍ରାଇସ୍ ରଖାଯାଇଛି ୬୦ ହଜାର ଡଲାର୍ । ନିଲାମୀ ପ୍ରକ୍ରିୟା ଆସନ୍ତା ୨୩ ତାରିଖରୁ ଆରମ୍ଭ କରାଯିବ । ଏହି ପ୍ରଦର୍ଶନୀରେ ପ୍ରାୟ ୧୯୦ଟି ଭିଣ୍ଟେଜ୍ ଫିଲ୍ମ ପୋଷ୍ଟର୍ ସ୍ଥାନ ପାଇଛି । ଏଥିରେ ୩୦ରୁ ୬୦ ଦଶକ ପର୍ଯ୍ୟନ୍ତ ଫିଲ୍ମର ପୋଷ୍ଟର୍ ଓ ଆର୍ଟୱାର୍କ ଦେଖିବାକୁ ମିଳିବ । ବିଶେଷ ଭାବେ ରହିଛି ପରଲାଇଟର୍ସ ଅଫ୍ ନ୍ୟୁୟର୍କ, ଗିଲଡା ଔର୍ ଦ ବାର୍ଡ଼ସ୍ ଓ ୱାଲ୍ଡ ଡିଜନିର ର୍ଦୁଲଭ ଆର୍ଟୱାର୍କ ।

ଏହି ପ୍ରଦର୍ଶନୀରେ ଭାରତ, ଆମେରିକା, ଫ୍ରାନ୍ସ, ଇଟାଲି ଓ ଜାପାନ୍ ସହିତ ଅନେକ ଦେଶର ଫିଲ୍ମ ପୋଷ୍ଟରକୁ ସାମିଲ୍ କରାଯାଇଛି । ସୋଥବିର ଫିଲ୍ମ ପୋଷ୍ଟର୍ କନସଲଟାଣ୍ଟ୍ ବ୍ରୁସ୍ ମାର୍ସଟ୍ କହିଛନ୍ତି ଯେ ଗୋଟିଏ ଫିଲ୍ମର ମୁଖ୍ୟ ଆକର୍ଷଣ ହେଉଛି ପୋଷ୍ଟର୍ ଓ ଫିଲ୍ମର ଟାଇଟେଲ୍ । ପୋଷ୍ଟର୍ ଯେତେ ସୁନ୍ଦର ହେବ ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକ ସେତିକି ମନ ବଳାଇବେ । ତେବେ ୬୦ ହଜାର ଡଲାରରୁ ଆହୁରି ଅଧିକ ଦାମରେ ‘କିଙ୍ଗକଙ୍ଗ୍’ର ପୋଷ୍ଟର୍ ନିଲାମ ହୋଇପାରେ ବୋଲି ଆୟୋଜକ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *