ଆଦୌ ଦେଖାଯିବନାହିଁ ବୟସର ଛାପ, କରନ୍ତୁ ଏହି ଉପାୟ

ଚେହେରାରେ ବୟସର ଛାପ ନ ଦେଖାଯିବା ପାଇଁ ମହଙ୍ଗା ବିୟୁଟି ପ୍ରଡକ୍ଟ ଓ ଅତ୍ୟାଧୁନିକ ବିୟୁଟି ସ୍ପା ହିଁ ଏକମାତ୍ର ସାହାରା । କିନ୍ତୁ ଏସବୁରେ ଅଧିକ ଟଙ୍କା ଖର୍ଚ୍ଚ ନକରି ଆପଣ ନିଜ ଘରେ ହିଁ ସବୁଠାରୁ ଭଲ ଫେସପ୍ୟାକ୍ ପ୍ରସ୍ତୁତ କରିପାରିବେ । ଯାହାଦ୍ୱାରା କେବେ ମଧ୍ୟ ଆପଣଙ୍କ ଚେହେରାରେ ରିଙ୍କଲସ୍ ଦେଖାଯିବ ନାହିଁ । ଏଥିପାଇଁ ଦରକାର ହେବ କେବଳ କିଛି ତୁଳସୀ ପତ୍ର । ଏହି ଫେସପ୍ୟାକ୍ ବନେଇବା ଖୁବ୍ ସହଜ । ଆପଣ କିଛି ତୁଳସୀ ପତ୍ରକୁ ନେଇ ମିକ୍ସର୍ ଜାର୍ରେ ପକାଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଏହି ପେଷ୍ଟକୁ ଚେହେରାରେ ଲଗାଇ ପ୍ରାୟ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ମୁହଁକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ । ସବୁଦିନେ ଏଭଳି କରନ୍ତୁ । ଯଦି ସମୟ ନାହିଁ, ତେବେ ସପ୍ତାହରେ ଅତିକମରେ ଏହାକୁ ୩ଦିନ କରନ୍ତୁ । ୨-୩ ମାସ ଏଭଳି କରିବା ପରେ ଚେହେରାରେ ଚମକ ଆସିବା ସହ ରିଙ୍କଲସ୍ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *