ରୋଷେଇ – ବଳକା ଭାତର ପକୋଡ଼ି

ଆବଶ୍ୟକୀୟ ଜିନିଷ- ଗୋଟିଏ ବଡ଼ ବାଉଲ୍ ଭାତ, ୨ଟି ସିଝା ଆଳୁ, ଅଧାକପ୍ ପିଆଜ, ଅଧା କପ ବେସନ, ୨ଟି କଂଚା ଲଙ୍କା, ଖଣ୍ଡେ ଅଦା, ଅଧା କପ୍ କଟା ଧନିଆପତ୍ର, ଅଧା କପ୍ ଭୃସଙ୍ଗ ପତ୍ର, ୧ ଟିସ୍ପୁନ୍ ଜିରା, ଛାଣିବା ପାଇଁ ତେଲ, ଓ ଲୁଣ ସ୍ୱାଦ ଅନୁଯାୟୀ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭାତକୁ ମିକ୍ସର୍ ଜାରରେ ପକାଇ ଭଲ ଭାବେ ଗ୍ରାଇଣ୍ଡ୍ କରିନିଅନ୍ତୁ । ଏହାପରେ ତାହାକୁ ଏକ ବଡ଼ ବାଉଲରେ ବାହାର କରି ସେଥିରେ ଆଳୁ ଚକଟା, କଟା ପିଆଜ, କଂଚା ଲଙ୍କା, ଧନିଆ ପତ୍ର, ଭୃସଙ୍ଗ୍ ପତ୍ର, ଜିରା,କଟା ଅଦା ଓ ବେସନ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ବରା ଭଳି ଆଣ କରିବା ପାଇଁ ଏଥିରେ ଅଳ୍ପ ପାଣି ଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଯେପରି ଅଧିକ ପତଳା ନହୁଏ । ଏହାପରେ କରେଇରେ ତେଲ ଗରମ କରନ୍ତୁ । ତେଲ ପୁରା ଗରମ ହେବା ପରେ ଗ୍ୟାସର ଫ୍ଲେମକୁ ମିଡିୟମ୍ ହାଇ ଆଂଚରେ ରଖି ପକୋଡ଼ି ଭଳି ଛାଣନ୍ତୁ । ପକୋଡ଼ିଗୁଡ଼ିକ ଗୋଲଡେନ୍ ବ୍ରାଉନ୍ ହେବା ପରେ ତାହାକୁ ଏକ ଥାଳିକୁ ବାହାର କରିଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଭାତ ପକୋଡ଼ି । ଆପଣ ଏଥିରେ ବରା କରିବାକୁ ଚାହୁଁଥିଲେ ପ୍ରଥମେ ହାତରେ ଅଳ୍ପ ପାଣି ଲଗାଇ ଏହି ଭାତର ମିଶ୍ରଣରୁ ଅଳ୍ପ ଆଣି ବରା ଭଳି ଗଢ଼ିବା ପରେ ତାହାକୁ ତେଲରେ ଛାଣନ୍ତୁ । ଏହାକୁ ଟମାଟ ସସ୍ କିମ୍ବା ହଦି ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *