ବର୍ଷାଦିନରେ ଗହଣାର ଯତ୍ନ

ସୁନାରୂପା ଅପେକ୍ଷା ଆକିକାଲି ପ୍ଲାଟିନମ୍ ଓ ଇମିଟେସନ୍ ଗହଣାର ଚାହିଦା ଅଧିକ ରହିଛି । କମ୍ ଖର୍ଚ୍ଚରେ ମିଳୁଥିବା ଏହି ଗହଣା ପିନ୍ଧିବା ପାଇଁ ବେଶ୍ ହାଲକା । କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର । ନଚେତ୍ ଏହା କଳା ପଡ଼ିଯାଇଥାଏ ।

ତେବେ ଆସନ୍ତୁ ଜାଣିବା ବର୍ଷାଦିନରେ ଇମିଟେସନ୍ ଗହଣାର ଯତ୍ନ ସମ୍ପର୍କିତ କିଛି ଟିପସ୍ –
୧- ଗହଣାକୁ ବାକ୍ସ ଭିତରେ ନ ରଖି ମୋଟା ସୂତା କପଡ଼ାରେ ଗୁଡ଼ାଇ ରଖନ୍ତୁ ।
୨- ଗହଣା ରଖିବା ସ୍ଥାନରେ ସିଲିକା ପ୍ୟାକେଟ୍ ନିଶ୍ଚୟ ରଖନ୍ତୁ । ଏହା ଆଦ୍ରତାକୁ ଶୋଷି ନେଇଥାଏ ।
୩- ଏକ ସପ୍ତାହର ବ୍ୟବଧାନରେ ସବୁ ଗହଣାକୁ ବାହାର କରି ଖୋଲା ସ୍ଥାନରେ ରଖିଦିଅନ୍ତୁ ଏବଂ କପଡ଼ାରେ ପୋଛି ପୁଣିଥରେ ଆଲମାରୀ ଭିତରେ ରଖନ୍ତୁ ।

୪- ବର୍ଷାଦିନରେ ଯେପରି ଗହଣା ଓଦା ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଏଭଳି ହୁଏ ତେବେ ଘରକୁ ଆସି ହାଲକା ଉଷୁମ ପାଣିରେ ଗହଣାକୁ ୧-୨ ମିନିଟ୍ ବୁଡ଼ାଇ ସଫା କପଡ଼ାରେ ପୋଛି ଦିଅନ୍ତୁ ଏବଂ ଭଲ ଭାବେ ଶୁଖିବାକୁ ଦିଅନ୍ତୁ ।
୫- ବର୍ଷାଦିନରେ ହ୍ୱାଇଟ୍ ମେଟାଲ୍ ଗହଣା ପିନ୍ଧନ୍ତୁ ନାହିଁ । ବର୍ଷାଦିନେ ଏହା ଶୀଘ୍ର କଳା ପଡ଼ିଥାଏ ।
୬- ଷ୍ଟୋନ୍ ଗହଣାର ବ୍ୟବହାର କରିବା ପରେ ତାହାକୁ ଭେଲଭେଟ୍ କପଡ଼ା ଥିବା ଜୁଏଲାରୀ ବକ୍ସରେ ହିଁ ରଖନ୍ତୁ । ଅନ୍ୟ ଗହଣା ସହିତ ଆଦୌ ରଖନ୍ତୁ ନାହିଁ ।

Leave a Reply

Your email address will not be published.