‘ଜିଫୋନି ଫିଲ୍ମ ଫେଷ୍ଟିଭାଲର ବେଷ୍ଟ୍ ଫିଲ୍ମ ‘ହିଚକି’

ଇଟାଲିରେ ଅନୁଷ୍ଠିତ ୪୯ ତମ ‘ଜିଫୋନି ଫିଲ୍ମ ଫେଷ୍ଟିଭାଲ୍’ରେ ରାଣୀ ମୁଖାର୍ଜିଙ୍କ ଅଭିନୀତ ‘ହିଚକି’କୁ ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡ଼ ମିଳିଛି । ‘ଗ୍ରେଫନ୍’ ଆୱାର୍ଡ଼ରେ ସମ୍ମାନିତ ଏହି ଫିଲ୍ମରେ ରାଣୀ ଜଣେ ଟିଚର୍ ଭୂମିକାରେ ଥିଲେ । ‘ମର୍ଦ୍ଦାନୀ’ ପରେ ଅନେକ ବର୍ଷ ବଲିଉଡରୁ ଦୂରେଇ ଥିବା ରାଣୀ ‘ହିଚକି’ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରିଥିଲେ । ବିଶ୍ୱ ସ୍ତରରେ ଏହାକୁ ଭଲ ପ୍ରତିକ୍ର୍ରିୟା ମିଳିଥିଲା ଏବଂ ଏହାର ବକ୍ସଅଫିସ୍ କଲେକସନ୍ ଥିଲା ପ୍ରାୟ ୨୫୦ କୋଟି ଟଙ୍କା ।

ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ପି ମାଲହୋତ୍ରାଙ୍କ କହିବା ଅନୁଯାୟୀ ଫେଷ୍ଟିଭାଲରେ ଏକ ବିଶେଷ ସେଗମେଣ୍ଟ୍ ରଖାଯାଇଥିଲା, ଯାହାର ନାମ ଥିଲା ‘ପ୍ଲସ୍ ଟେନ୍’ । ଏଥିରେ ୧୦ରୁ ୧୨ ବର୍ଷ ବୟସର ୧୫୦୦ ଜଣ ପିଲା ୧୦ଟି ଫିଲ୍ମ ପାଇଁ ଭୋଟ୍ କରିବେ । ଭାରତ, ଚୀନ୍, ସ୍ୱିଡେନ୍, ଜର୍ମାନୀ, ଅଷ୍ଟ୍ରେଲିଆ, ଓ ନେଦରଲ୍ୟାଣ୍ଡର କିଛି ଫିଲ୍ମ ପାଇଁ ଭୋଟ୍ ହୋଇଥିଲା । ଏହି ଭୋଟିଂରେ ପିଲାମାନେ ‘ହିଚକି’କୁ ସବୁଠାରୁ ଅଧିକ ଭୋଟ୍ ଦେଇଥିଲେ ଏବଂ ଏହି ଫିଲ୍ମକୁ ମିଳଥିଲା ଶ୍ରେଷ୍ଠ ‘ଗ୍ରେଫନ୍’ ଆୱାର୍ଡ଼ । ‘ହିଚକି’ ପାଇଁ ଏଭଳି ଏକ ସମ୍ମାନରେ ସମ୍ପୂର୍ଣ୍ଣ ବଲିଉଡ୍ ଖୁସି ମନାଉଥିବାର ଦେଖିବାକୁ ମିଳିଛି । ‘ହିଚକି’ର ସମ୍ପୂର୍ଣ୍ଣ ଟିମ୍ ଏଥିପାଇଁ ଗର୍ବିତ । ଆଜିକାଲି ‘ମର୍ଦ୍ଦାନୀ ୨’ର ସୁଟିଂରେ ବ୍ୟସ୍ତ ଥିବା ରାଣୀଙ୍କୁ ଏହି ସଫଳତା ପାଇଁ ପ୍ରଶଂସକଙ୍କ ପକ୍ଷରୁ ଅନେକ ଶୁଭେଚ୍ଛା ମିଳୁଛି ।

Leave a Reply

Your email address will not be published. Required fields are marked *