ରୋଷେଇ – ଅଟା କୁକିଜ୍ ବିସ୍କୁଟ୍

ଆବଶ୍ୟକୀୟ ଜିନିଷ – ଅଟା ଅଧା କପ୍, ସୁଜି ଅଧା କପ୍, ତେଲ ୨ଟେବୁଲ୍ ସ୍ପୁନ୍, ନଡ଼ିଆ କୋରା ପାଉଡର୍ ୧ ଟେବୁଲ୍ ସ୍ପୁନ୍ (ନଡ଼ିଆ କୋରାକୁ ଶୁଖାଇ ଗୁଣ୍ଡ କରାଯାଇଥିବା) ଖିର ୪ ଚାମଚ, ଚିନି ଅଧା କପ୍, ଛାଣିବା ପାଇଁ ତେଲ ଓ ଗୁଜରାତି ଗୁଣ୍ଡ ୧ ଚାମଚ ।


ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ଅଟା, ସୁଜି, ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଗୁଜରାତି ଗୁଣ୍ଡ ଓ ନଡ଼ିଆ କୋରା ପାଉଡର୍ ପକାଇ ଆଉ ଅଳ୍ପ ସମୟ ଚକଟି ଦିଅନ୍ତୁ । ଏହାପରେ ଖିର ଓ ଚିନି ପକାଇ ଅଟା ଚକଟା ଭଳି ଦଳନ୍ତୁ । ଯଦି ଏହା ଶୁଖିଲା ଲାଗୁଥାଏ ତେବେ ସେଥିରେ ଆଉ କିଛି ଖିର ମିଶାନ୍ତୁ । ଏହି ମିଶ୍ରଣକୁ ୧୦-୧୫ ମିନିଟ୍ ଢାଙ୍କି ରଖିଦିଅନ୍ତୁ । ୧୫ ମିନିଟ୍ ପରେ ସେଥିରୁ ଅଳ୍ପ ଅଳ୍ପ ଆଣି ଛୋଟ ଛୋଟ ବଲସ୍ ବନାନ୍ତୁ । ବଲସଗୁଡ଼ିକୁ ଚେପଟା ଆକାର କରି କୁକିସ୍ ଭଳି ବନାନ୍ତୁ । ଏହି କୁକିଜ୍ ଉପରେ ଆପଣ କଣ୍ଟା ଚାମଚ ସାହାଯ୍ୟରେ କିମ୍ବା ପିଠାପାତିଆ ସାହାଯ୍ୟରେ କିଛି ଡିଜାଇନ୍ ବନାଇ ପାରିବେ । ଏହାପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଗ୍ୟାସର ଆଂଚକୁ ମିଡିଲ୍ କରି ସେଥିରେ ବିସ୍କୁଟକୁଡ଼ିକୁ ପକାନ୍ତୁ । ବିସ୍କୁଟଗୁଡ଼ିକୁ ବାଦାମୀ ରଙ୍ଗର ହେବା ପର୍ଯ୍ୟନ୍ତ ଛାଣନ୍ତୁ । ତେଲ ଅଧିକ ଗରମ ଥିଲେ ବିସ୍କୁଟର ଉପର ଅଂଶ ଲାଲ୍ ହୋଇଯାଏ । କିନ୍ତୁ ଭିତରେ କଞ୍ଚା ଥାଏ । ତେଣୁ ତେଲକୁ ସଠିକ୍ ଆଂଚରେ ଗରମ କରି ବିସ୍କୁଟ୍ ଛାଣନ୍ତୁ । ଏହାପରେ ସେଥିରେ ଥିବା ତେଲକୁ ବାହାର କରିବା ପାଇଁ ଆପଣ ଟିସୁ ପେପର୍ ଉପରେ ରଖିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କୁରକୁରା କୁକିଜ୍ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *