ହେଲଥ୍ ଟିପ୍ସ: ହୃଦରୋଗ ଦୂର କରିବା ପାଇଁ କାର୍ଡ଼ିଓ ନୁହେଁ କରନ୍ତୁ ୱେଟଲିପ୍ଟିଙ୍ଗ୍

ହୃଦରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ମେଡିସିନ୍ ସହିତ କିଛି ଏକ୍ସରସାଇଜ୍ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏ କ୍ଷେତ୍ରରେ କାର୍ଡ଼ିଓ ଏକ୍ସରସାଇଜ୍ ସବୁଠାରୁ ଭଲ । କିନ୍ତୁ ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କାର୍ଡ଼ିଓ ବଦଳରେ ୱେଟ୍ ଲିଫଟିଙ୍ଗ୍ କରିବା ଦ୍ୱାରା ହୃଦରୋଗ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିପାରୁଛି । ଫୁସଫୁସ୍ ପାଖରେ ଅଧିକ ଚର୍ବି ଜମି ରହିଲେ ହୃଦରୋଗ ସୃଷ୍ଟି ହୋଇଥାଏ । କାର୍ଡ଼ିଓ ଓ ୱେଓ୍ ଲିଫଟିଙ୍ଗ୍, ଏହି ଦୁଇଟି ଏକ୍ସରସାଇଜ୍ ଫ୍ୟାଟ୍ କମାଇବା ପାଇଁ ଉଦ୍ଦିଷ୍ଟ । କିନ୍ତୁ କାର୍ଡ଼ିଓ ଅପେକ୍ଷା ୱେଟ୍ ଲିଫଟିଙ୍ଗରେ ୩୧ ପ୍ରତିଶତ ଅଧିକ ଫ୍ୟାଟ୍ ବର୍ଣ୍ଣ ହୋଇଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ଏକ ପରୀକ୍ଷାରୁ ଜାଣିଛନ୍ତି ।

କିନ୍ତୁ ହୃଦରୋଗ ପାଇଁ କେଉଁ ଭଳି ୱେଟଲିଫଟିଙ୍ଗ୍ କରୁଛନ୍ତି ତାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତାନୁଯାୟୀ ହୃଦରୋଗ ପାଇଁ ସିଙ୍ଗଲ୍ ଆର୍ମ ଡମ୍ବଲ୍ ରୋ ସୁବଠାରୁ ଭଲ ଏକ୍ସରସାଇଜ୍ । ଏହା ବ୍ୟତୀତ ଚର୍ବି କମାଇବା ପାଇଁ ବଡ଼ି ୱେଟ୍ ପୁସଅପ୍ ମଧ୍ୟ କରିପାରିବେ । ଏହି ଦୁଇଟି ଏକ୍ସରସାଇଜ୍ ଦ୍ୱାରା ହୃଦରୋଗ ଅନେକ ପରିମାଣରେ ଓ ଖୁବ୍ ଶୀଘ୍ର ଭଲ ହୋଇଯାଏ ।

Leave a Reply

Your email address will not be published. Required fields are marked *