ମୁରଲୀଧରନଙ୍କ ବାୟୋପିକର ପ୍ରଯୋଜକ ଦଗୁବାତି

ଏବେ ହେଉଛି ବାୟୋପିକର ଜମାନା । ତେଣୁ ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବାହୁବଳୀ ଫେମ୍ ରାଣା ଦଗୁବାତି ତାଙ୍କର ପ୍ରଯୋଜନା ସଂସ୍ଥା ‘ସୁରେଶ ପ୍ରଡକସନ୍’ ପକ୍ଷରୁ ଏକ ବାୟୋପିକର ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ଏହାର କାହାଣୀ ଶ୍ରୀଲଙ୍କା କ୍ରିକେଟ୍ ଟିମର ଲେଗ୍ ସ୍ପିନର୍ ମୁଥୈୟା ମୁରଲିଧରନ ଜୀବନୀ ଉପରେ ଆଧାରିତ । ମଙ୍ଗଳବାର ଦିନ ଦଗୁବାତି ଟ୍ୱିଟର୍ ଦ୍ୱାରା ଏହି ଫିଲ୍ମର ଔପଚାରିକ ଘୋଷଣା କରିଥିଲେ । ଏମ୍ ଏସ୍ ଶ୍ରୀପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦଗୁବାତିଙ୍କ ପ୍ରଡକସନ୍ ହାଉସ୍ ସହିତ ‘ଡାର୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ ମଧ୍ୟ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ।

ଫିଲ୍ମର ଟାଇଟେଲ୍ ସ୍ଥିର କରାଯାଇନାହିଁ । ଏହା ସହିତ ମୁରଲିଧରନଙ୍କ ଭୂମିକା ପାଇଁ ଫିଲ୍ମମେକର୍ସ ଏବେ ଅଭିନେତାଙ୍କ ସନ୍ଧାନରେ ଅଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ଫିଳ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏହି ବାୟୋପିକରେ ମୁରଲିଧରନଙ୍କ ସହିତ ସଚିନ୍ ତେନ୍ଦୁଲକରଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହି ବାୟୋପିକ୍ ଏକ ନିଆରା ଅନୁଭବ ନେଇ ଆସିବ ବୋଲି ଫିଲ୍ମଟିମ୍ ପକ୍ଷରୁ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *