ସଞ୍ଜୁବାବାଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘କେଜିଏଫ୍-୨’ର ଫାଷ୍ଟଲୁକ୍

ବି ଟାଉନର ମୁନ୍ନାଭାଇ ଓରଫ୍ ସଞ୍ଜୁବାବାଙ୍କ ଜନ୍ମଦିନ ହେଉଛି ଜୁଲାଇ ୨୯ । ଏକ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିବା ଉଦ୍ଦେଶ୍ୟ ରଖି ୨୯ ତାରିଖରେ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘କେଜିଏଫ୍-୨’ର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଫିଲ୍ମର କାହାଣୀ ଅନୁଯାୟୀ ସଞ୍ଜୁ ‘ଅଧିରା’ ଭୂମିକାରେ ପରଦା ଉପରକୁ ଆସିବେ । ଏହି ଚରିତ୍ରର ଏକ ସ୍କେଚକୁ ଫିଲ୍ମର ଫାଷ୍ଟଲୁକ୍ ଭାବେ ଜାରି କରାଯାଇଛି । ସୋସିଆଲ୍ ମିଡିଆରେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ସେୟାର୍ ହୋଇଥିବା ଏହି ସ୍କେଚ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଏହା ସହିତ ଫିଲ୍ମ ମେକର୍ସ ସଞ୍ଜୁଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଗତବର୍ଷ ସିନେମାଘରକୁ ଆସିଥିବା ‘କେଜିଏପ୍-୧’ ଏକ କନ୍ନଡ଼ ବ୍ଲକବଷ୍ଟର୍ ଫିଲ୍ମ ଭାବେ ବିଶ୍ୱସ୍ତରରେ ୨୫୦ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିଥିଲା । ଏହାର ସଫଳତା ଦେଖିବା ପରେ ଫିଲ୍ମ ନିର୍ମାତା ଏହାର ସିକ୍ୱେଲ୍ ସର୍ମ୍ପକରେ ଚିନ୍ତା କରିଥିଲେ । କନ୍ନଡ଼ ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ସାଉଥ୍ ତାରକା ୟଶ୍ । ଏହାର ସିକ୍ୱେଲରେ ମଧ୍ୟ ୟଶ୍ଙ୍କୁ ମୁଖ୍ୟ ଭୂମିକା ପାଇଁ ସାଇନ୍ କରାଯାଇଛି । କିନ୍ତୁ ସଞ୍ଜୁ ଏଥିରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ପୋଷ୍ଟର୍ ସହିତ ସଞ୍ଜୁଙ୍କ ଜନ୍ମଦିନ ଭିଡିଓକୁ ଖୁବ୍ ଲାଇକ୍ ମିଳୁଛି ।

Leave a Reply

Your email address will not be published. Required fields are marked *