ରୋଷେଇ – ଖଟାମିଟା କୋଳଥ ତଡ଼କା
ଆବଶ୍ୟକୀୟ ଜିନିଷ – ୧ ବଡ଼ କପ୍ ଭଜା କୋଳଥ ଡାଲି, ଦେଢ ଗ୍ଲାସ୍ ପାଣି, ୧ ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଆମ୍ବୁଲ, ଦେଢ ଚାମଚ ଚିନି, ୨ ଚାମଚ ତେଲ, ଛୁଙ୍କ ପାଇଁ ୧ ଚାମଚ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ୩ଟି, ୯-୧୦ଟି ରସୁଣ କୋଲାର ପେଷ୍ଟ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କୁକର୍ ବସାଇ ସେଥିରେ ଦେଢ଼ କପ୍ ପାଣି ଦେଇଦିଅନ୍ତୁ । ପାଣି ହାଲକା ଫୁଟିବା ପରେ ସେଥିରେ ଭଜା ହୋଇଥିବା କୋଳଥ, ହଳଦୀ, ଲୁଣ ଓ ଆମ୍ବୁଲ ପକାଇ ଘୋଡଣୀ ଦେଇଦିଅନ୍ତୁ । ଗୋଟିଏ ହୁଇସିଲ୍ ହେବା ପରେ ଏହାକୁ ଗ୍ୟାସରୁ ଓହ୍ଳାଇ ଆଣନ୍ତୁ । ଘୋଡ଼ଣୀ ବାହାର କରି ଦେଖନ୍ତୁ କୋଳଥ ଡାଲି ଭଲ ଭାବେ ସିଝି ଯାଇଛି । ଏହାପରେ ଡାଲିରୁ ଆମ୍ବୁଲଟିକୁ ବାହାର କରି ଆଣନ୍ତୁ । ଏହାପରେ ଡାଳି ବଘରା ଦ୍ୱାରା ଡାଲିକୁ ଭଲ ଭାବେ ଘାଣ୍ଟି ନିଅନ୍ତୁ । ଏହାପରେ ସେଥିରେ ଚିନି ମିଶାଇ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ଆମ୍ବୁଲଟିକୁ ପକାଇ ଆଉ ଟିକେ କୁକ୍ କରିଦିଅନ୍ତୁ । ଏହାପରେ ଛୁଙ୍କ ଦେବା ପାଇଁ କରେଇ ବସାଇ ସେଥିରେ ୨ ଚମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ଫୁଟଣ ଓ ରସୁଣ କୋଲା ପକାଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ସେଥିରେ ସିଝା କୋଳଥ ଡାଲିକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଯଦି ଡାଲି ଅଧିକ ବହଳିଆ ଅଛି ତେବେ ସେଥିରେ ୧ କପ୍ ପାଣି ମିଶାନ୍ତୁ । କିନ୍ତୁ ତଡ଼କା ଭଳି କରିବାକୁ ଚାହୁଁଥିଲେ ଅଧିକ ପାଣି ଦିଅନ୍ତୁ ନାହିଁ । ପ୍ରସ୍ତୁତ ହୋଇଗଲା ଖଟାମିଠା କୋଳଥ ତଡ଼କା । ବର୍ଷାଦିନରେ କୋଳଥ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ତେଣୁ ନିଶ୍ଚିତ ଭାବେ ଥରେ ଏହି ରେସିପି ଘରେ ବନାନ୍ତୁ ।