ଗାଡ଼ି ପଞ୍ଜିକରଣ ମୂଲ୍ୟ ବଢ଼ିବ, ୫୦ ଟଙ୍କାରୁ ୧୦୦୦ ଟଙ୍କା ହେବ ୨ ଚକିଆ ଯାନ ରେଜିଷ୍ଟ୍ରେସନ୍
ଭୁବନେଶ୍ଵର, (ଓଟି): ଆକାଶଛୁଆଁ ହେବ ଦୁଇଚକିଆ ଓ ଚାରି ଚକିଆ ପଞ୍ଜିକରଣ ଦାମ୍। ନୂଆ ହେଉ ବା ପୁରୁଣା ଗାଡ଼ିକୁ ଆଉଥରେ ପଞ୍ଜିକରଣ କଥା ହେଉ, ଏଥିଲାଗି ନିକଟସ୍ଥ ଆର୍ଟିଓଙ୍କୁ ଆପଣ୨୦ ଗୁଣା ଯାଏ ଅଧିକ ମୂଲ୍ୟ ଦେବେ। ଏନେଇ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯଦିଓ ଏହି ମୂଲଞକୁ ଲାଗୁ କରାଯାଇ ନାହିଁ କିନ୍ତୁ ଏନେଇ ବିଭିନ୍ନ କ୍ଷେତ୍ରର ମତାମତ ଆହ୍ବାନ କରାଯାଇଛି।
ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଗୋଟିଏ ନୂଆ ବାଇକ୍ କିଣିଲେ ଯେଉଁଠାରେ ଏବେ ଆପଣଙ୍କୁ ମାତ୍ର ୫୦ ଟଙ୍କା ଆର୍ଟିଓ ପଞ୍ଜିକରଣ ପାଇଁ ଦେୟ ଆକାରରେ ଦେବାକୁ ପଡ଼ୁଛି ଏବେ ଏହି ନୂଆ ନୀତି ଲାଗୁ ହେଲେ ତାହା ୧୦୦୦ ଟଙ୍କାକୁ ବଢ଼ିବ। ପୁଣି ଯଦି ସେହି ଗାଡ଼ିକୁ ଆପଣ ଆଉଥରେ ପଞ୍ଜିକରଣ କରୁଛନ୍ତି ତେବେ ଏହି ଦାମ୍ ଦୁଗୁଣା ହୋଇ ୨ହଜାର ଟଙ୍କା ହେବ। ପୂର୍ବରୁ ପୁରୁଣା ଦୁଇଚକିଆ ପାଇଁ ବି ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ୁଥିଲା।
ଚାରିଚକିଆ ଯାନ
ଖାଲି ସେତିକି ନୁହେଁ, ପେଟ୍ରୋଲ କିମ୍ବା ଡିଜେଲ୍ ଚାଳିକ କାର୍ ଯଦି ଆପଣ କିଣୁଛନ୍ତି ତେବେ ଏହି ନୂଆ ନୀତି ଲାଗୁ ଫଳରେ ଆପଣଙ୍କ କାର୍ ପଞ୍ଜିକରଣ ପାଇଁ ଆପଣଙ୍କୁ ୫ହଜାର ଟଙ୍କା ଦେବାକୁ ପଡ଼ିବ। ପୁନଃ ରେଜିଷ୍ଟ୍ରେସନ୍ ଦାମ୍ ରହିଛି ୧୦ ହଜାର ଟଙ୍କା। ପ୍ରଚଳିତ ନିୟମରେ ଏହା ମାତ୍ର ୬୦୦ ଟଙ୍କା ରହିଛି। ପୁଣଇ ଯଦି ଏହି ଚାରିଚକିଆ ଏକ ଟ୍ୟାକ୍ସି ଆକାରରେ ପଞ୍ଜିକୃତ ହେବ ତେବେ ଏହି ଦାମ ୧୦୦୦ ଟଙ୍କାରୁ ବଢ଼ି ୧୦ ହଜାର ଟଙ୍କା କରାଯାଇଛି। ଯଦି ଡିଜେଲ୍ ଚାଳିତ କାର୍କୁ ଟ୍ୟାକ୍ସି ଭାବେ ନେଉଛନ୍ତି ତେବେ ଆପଣଙ୍କୁ ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ବାବଦ ଖର୍ଚ କରିବାକୁ ହେବ। ଏବେ ତାହା ୧୦୦୦ ଟଙ୍କା ରହିଛି।
ବିଦେଶୀ ଗାଡ଼ି
ବିଦେଶୀ ଗାଡ଼ିର ଦେଶୀ ପଞ୍ଜିକରଣ ପାଇଁ ଏହି ଦାମ୍ ଆହୁରି ବଢ଼ିଛି। ଏବେ ଏହିଭଳି ଗାଡ଼ିକୁ ପଞ୍ଜିକରଣ କରିବା ପାଇଁ ୫ ହଜାର ଟଙ୍କା ଦେବାକୁ ପଡ଼ୁଛି ତାହା ନୂଆ ନିୟମରେ ୪୦ ହଜାର ଟଙ୍କା ରଖାଯାଇଛି।
ଭାରୀଯାନ
ଭାରୀଯାନର ପଞ୍ଚିକରଣ ମୂଲ୍ୟରେ ସେମିତି କିଛି ପରିବର୍ତ୍ତନ ନାହିଁ। କିନ୍ତୁ ପୁନଃପଞ୍ଚଜିକରଣରେ ୨୭ ପ୍ତିରଶତ ବୃଦ୍ଧି କରାଯାଇଛି। ୧୫ ବର୍ଷର ଗାଡ଼ିକୁ ଯଦି ପୁଣିଥରେ ଆପଣ ପଞ୍ଜିକରଣ କରୁଛନ୍ତି ତେବେ ଆପଣଙ୍କୁ ଏହି ଆକାଶଛୁଆଁ ମୂଲ୍ୟକୁ ଦେବାକୁ ହେବ। ଅର୍ଥାତ୍ ସରକାର ପୁରୁଣା ଗାଡ଼ିକୁ କବାଡ଼ିଖାନାକୁ ଦେବା ପାଇଁ ଏହି ଯୋଜନା କରିଛନ୍ତି।
କାହିଁକି ଏ କଠୋରପଣ
ସରକାରଙ୍କ ଏହିପରି ଏକ ନୀତି ପରିବର୍ତ୍ତନର କାରଣ ହେଉଛି ବଢ଼ୁଥିବା ପ୍ରଦୂଷଣକୁ ରୋକିବା। ପେଟ୍ରୋଲ୍ ଏବଂ ଡିଜେଲ୍ ଚାଳିତ ଯାନକୁ ହତୋତ୍ସହିତ କରିବା। ଏହାଦ୍ଵାରା ଲୋକେ ପେଟେଆଲ୍ ଡିଜେଲ୍ ଚାଳିତ ଯାନଠାରୁ ଦୂରେଇ ବ୍ୟାଟେରୀ ଚାଳିତ ଯାନ ଆଡ଼କୁ ମୁହାଁଇବେ ବୋଲି ସରକାର ଆଶା ରଖିଛନ୍ତି।
ରିହାତି
ବ୍ୟାଟେରୀ ଗାଡ଼ି କିଣାରେ କୌଣସି ରେଜିଷ୍ଟ୍ରେସନ୍ ଦେୟ ରହିବ ନାହିଁ। ଦ୍ଵିତୀୟରେ ଯଦି ଆପଣ ଏକ ପୁରୁଣା ପ୍ରଦୂଷଣକାରୀ ଯାନକୁ ବଦଳାଇ ନୂଆ ଯାନ ନେଉଛନ୍ତି ତେବେ ବି ଆପଣଙ୍କୁ ଏହି ରେଜିଷ୍ଟ୍ରେସନ୍ ମୂଲ୍ୟ ଦେବାକୁ ପଡ଼ିବ ନାହିଁ।
କିଛିଦିନ ତଳେ ସରକାର ଇନ୍ସ୍ୟୁରାନ୍ସ ମୂଲ୍ୟ ବୃଦ୍ଧି କରିଥିଲେ। ଏବେ ରୋଜିଷ୍ଟ୍ରେସନ୍ ମୂଲ୍ୟ ବୃଦ୍ଧି ପାଇବା ଦ୍ଵାରା ଆଉ ପେଟେଆଲ୍ କିମ୍ବା ଡିଜେଲ୍ ଗାଡ଼ିକୁ ଚଳାଇବା ସାଧାରଣ ଲୋକଙ୍କ ପାଖରେ ଦୁର୍ମୂଲ୍ୟ ହୋଇଯିବା ଆଶଙ୍କା ରହିଛି। ଅର୍ଥାତ ଗାଡ଼ି ଚଢ଼ିବା ପୁଣିଥରେ ଏକ ଧନୀ ଲୋକଙ୍କ ବ୍ୟାପାର ହୋଇ ରହିବ।
ରାସ୍ତା ଉପରେ ଗାଡ଼ି ସଂଖ୍ୟା କମାଇବା ଲାଗି ସରକାରଏମିତି ଅନେକ ନୀତି କରିଛନ୍ତି। ନୂଆ ଗାଡ଼ି ପଞ୍ଜିକରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏବେ ଏପରି ଏକ ନୀତି କେତେ ସହାୟକ ହେବ ତାହାକୁ ଅପେକ୍ଷା।











