ହନିମୁନ୍ ପରେ ବେବିମୁନରେ ବାହାରିଲେ କପିଲ-ଗିନ୍ନି

ଆଜିର ସମୟରେ ଛୋଟ ପରଦାର କମେଡ଼ି କିଙ୍ଗ୍ ଭାବେ ଲୋକପ୍ରିୟତା ହାସଲ କରିଥିବା କପିଲ୍ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । କପିଲ୍ ଓ ଗିନ୍ନି ଏହି ଖୁସିକୁ ଏନଜୟ କରିବା ପାଇଁ ବେବିମୁନରେ ବାହାରିଛନ୍ତି । ୧୦ ଦିନ ପାଇଁ ଏହି ରୋମାଣ୍ଟିକ୍ କପୁଲ୍ କାନାଡ଼ା ଟୁର୍ କରିବେ । ବୁଧବାର ଦିନ ମୁମ୍ବାଇ ଏୟାରପୋର୍ଟରେ ଏହି ଯୋଡ଼ିଙ୍କୁ ସ୍ପଟ୍ କରାଯାଇଥିଲା । କପିଲ୍ କ୍ଲିନଶେଭ୍ ଲୁକରେ ନଜର ଆସିଥିବାବେଳେ ଗିନ୍ନିଙ୍କୁ ଏକ ବ୍ଲାକ ରଙ୍ଗର ଡ୍ରେସ୍ରେ ବେବି ବମ୍ପ୍ ଲୁଚାଉଥିବାର ଦେଖିବାକୁ ମିଳିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଗିନ୍ନି ୩-୪ ମାସର ପ୍ରେଗନେଣ୍ଟ୍ ଅଛନ୍ତି । ନିଜର ବିଜି ସେଡ୍ୟୁଲ୍ ପାଇଁ କପିଲ୍ ଗିନ୍ନିଙ୍କୁ ସମୟ ଦେଇପାରୁନଥିବାରୁ ସେ ଏହି ବେବିମୁନ୍ ପ୍ଲାନିଙ୍ଗ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଗତ ଡିସେମ୍ବର ମାସ ୧୨ ତାରିଖରେ କପିଲ୍ ତାଙ୍କର ପିଲାଦିନର ସାଙ୍ଗ ଗିନ୍ନି ଚତରଥଙ୍କ ସହିତ ବିବାହ କରିଥିଲେ । କପିଲଙ୍କ ଦୁଇଟି ବିବାହ ଭୋଜିରେ ବଲିଉଡ୍ ସହିତ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ତାରକା ସାମିଲ୍ ହୋଇଥିଲେ । ଏହା ବ୍ୟତୀତ କପିଲଙ୍କ କିଛି ବିଦେଶୀ ବନ୍ଧୁ ମଧ୍ୟ ପାର୍ଟିର ଶୋଭା ବଢାଇଥିଲେ ।

Leave a Reply

Your email address will not be published.