‘ସାହୋ’ର ନୂଆ ପୋଷ୍ଟର୍ ରିଲିଜ୍, ରୋମାଣ୍ଟିକ୍ ଅନ୍ଦାଜରେ ପ୍ରଭାସ-ଶ୍ରଦ୍ଧା
‘ବାହୁବଳୀ’ ପରେ ପ୍ରଭାସଙ୍କୁ ପୁଣିଥରେ ଏକ ଆକ୍ସନ୍ ଭିତ୍ତିକ ଫିଲ୍ମରେ ଦେଖିବା ପାଇଁ ସିନେପ୍ରେମୀ ଉତ୍ସାହର ସହ ଅପେକ୍ଷା କରୁଥିଲେ ମଧ୍ୟ ପ୍ରଭାସ ଧରା ଦେଉନଥିବା ଭଳି ମନେ ହେଉଛି । ଆଗାମୀ ଅଗଷ୍ଟ ୧୫ ତାରିଖରେ ପ୍ରଭାସଙ୍କ ଅଭିନୀତ ‘ସାହୋ’ ରିଲିଜ୍ ହେବ ବୋଲି ବହୁପୂର୍ବରୁ ଖବର ମିଳିଥିଲା । କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । ଫିଲ୍ମର ଅନେକ ପ୍ରିରିଲିଜ୍ କାମ ବାକି ଥିବାରୁ ଏହାର ରିଲିଜ୍ ଡେଟକୁ ଆଉ ୧୫ ଦିନ ଅର୍ଥାତ୍ ଅଗଷ୍ଟ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ତେବେ ସିନେପ୍ରେମୀଙ୍କୁ ଅଳ୍ପ ଆଶ୍ୱସ୍ତି ଦେବାପାଇଁ ଏହି ଫିଲ୍ମର ଏକ ନୂଆ ପୋଷ୍ଟର୍ ରିଲିଜ୍ କରାଯାଇଛି, ଯେଉଁଥିରେ ପ୍ରଭାସ ଓ ଶ୍ରଦ୍ଧା ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି । ଏହି ପୋଷ୍ଟରକୁ ଶ୍ରଦ୍ଧା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିବା ସହ କ୍ୟାପସନ୍ କରିଛନ୍ତି – ‘ସିଟ୍ ବେଲ୍ଟ ବାନ୍ଧିଦିଅନ୍ତୁ । ଆମେ ୩୦ ଅଗଷ୍ଟରେ ଆସୁଛୁ । ୩୦ ଅଗଷ୍ଟରେ ୱାଲର୍ଡ଼ୱାଇଡ୍ ‘ସାହୋ’ ରିଲିଜ୍ କରାଯିବ’ ।