ଫାଟକୁରା ଫଳାଫଳା: ବିଜୟ ମହାପାତ୍ର ହାରିବା ଆଶଙ୍କା
ଭୁବନେଶ୍ଵର, (ଓଟି): ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନ ଫଇସଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ଅଶୁଭ ହେବାକୁ ଯାଉଛି। ପ୍ରକାଶିତ ଗଣତି ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ଭୋଟ୍ ପରିମାଣ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ଯଥେଷ୍ଟ ଆଗୁଆ ରହିଛନ୍ତି।
ସପ୍ତମ ରାଉଣ୍ଡର ଫଳାଫଳ ଅନୁସାରେ ସାବିତ୍ରୀଙ୍କୁ ୪୨୦୩୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୩-୨୪୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୧୧୦୭ ଭୋଟ୍ ମିଳିଛି।
ଏବେ ଶୀର୍ଷ ରାଉଣ୍ଡ ଅର୍ଥାତ୍ ଅଷ୍ଟମ ରାଉଣ୍ଡର ଗଣତି ଚାଲିଛି।