ପୁଣିଥରେ ଜାହ୍ନବୀ-ଈଶାନ୍ ଯୋଡ଼ି

ଗତ ଶନିବାର ଦିନ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡ଼କ୍’ର ପ୍ରଥମ ଆନିଭର୍ସରି ଉତ୍ସବ ପାଳିତ ହୋଇଥିଲା । ଜାହ୍ନବୀଙ୍କ ବିପକ୍ଷର ହିରୋ ଥିଲେ ଈଶାନ୍ ଖଟ୍ଟର ।
ଏହି ଫିଲ୍ମ ମାଧ୍ୟମରେ ଈଶାନ୍ ଦ୍ୱିତୀୟ ଥର ପାଇଁ ପରଦା ଉପରକୁ ଆସିଥିଲେ । ‘ଧଡ଼କ୍’ର ଏହି ଫ୍ରେଶ୍ ଓ ରୋମାଣ୍ଟିକ୍ ଯୋଡ଼ି ଯୁବପିଢ଼ୀଙ୍କ ଧଡ଼କନ୍ ସାଜିଥିଲା । ତେଣୁ ଦର୍ଶକଙ୍କ ମନ କିଣି ନେଇଥିବା ଏହି ଯୋଡ଼ିକୁ ପୁଣିଥରେ ଦେଖିବାକୁ ମିଳିବ ବୋଲି ଖବର ଆସିଛି ଏବଂ ଏହାର ଦାୟିତ୍ୱ ନେଇଛନ୍ତି କରଣ ଜୋହର୍ । ମିଡିଆ ରିପୋର୍ଟ ଅନୁଯାୟୀ କରଣ ତାଙ୍କର ଅପକମିଙ୍ଗ୍ ଫିଲ୍ମ ପାଇଁ ଜାହ୍ନବୀ ଓ ଈଶାନଙ୍କ ଯୋଡ଼ିକୁ ନେବାପାଇଁ ପ୍ଲାନିଙ୍ଗ୍ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେବେ ଦକ୍ଷ ନିର୍ଦ୍ଦେଶକ ବିଜୟ ନାମ୍ବିୟାର୍ । ଏହା ଏକ ରୋମାଣ୍ଟିକ୍ ଥ୍ରୀଲର୍ ଭାବେ ଦର୍ଶକଙ୍କ ସାମନାକୁ ଆସିବ ।

ଆଜିକାଲି ଏହି ଯୋଡ଼ି ନିଜ ନିଜର ଆଗାମୀ ଫିଲ୍ମର ସୁଟିଂ ଏବଂ ଆଉ କିଛି ଫିଲ୍ମର ପୂର୍ବପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ପାଇଲଟ୍ ଗୁଞ୍ଜନ ଶର୍ମାଙ୍କ ବାୟୋପିକ୍ ‘କାରଗିଲ୍ ଗାର୍ଲ’ ଓ ରାଜକୁମାର ରାଓ ଷ୍ଟାରର୍ ‘ରୁହଆଫଜା’ର ସୁଟିଂରେ ଜାହ୍ନବୀ ବ୍ୟସ୍ତ ଥିବାବେଳେ ଈଶାନଙ୍କ ହାତରେ ରହିଛି ଅଲ୍ଲୀ ଆବାସ୍ ଜଫର୍ ଓ ସଞ୍ଜୟଲୀଲା ବନସାଲିଙ୍କ ଆଗାମୀ ପ୍ରୋଜେକ୍ଟ । ତେବେ ଜାହ୍ନବୀ ଓ ଈଶାନଙ୍କ ଯୋଡ଼ି ପୁଣିଥରେ ବକ୍ସ ଅଫିସରେ ହିଟ୍ ହେବ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.