ତାପସୀଙ୍କ ‘ଥପ୍ପଡ଼’

ଆଗାମୀ ୱିମେନ୍ସ ଡେ’ ସିନେପ୍ରେମୀଙ୍କ ପାଇଁ ଆଣିଦେବ ଏକ ବିଶେଷ ଉପହାର । କାରଣ ଏହି ଦିନ ରିଲିଜ୍ ହେବ ତାପସୀ ପନ୍ନୁଙ୍କ ଅଭିନୀତ ‘ଥପ୍ପଡ଼୍’ । ନିକଟରେ ନିର୍ଦ୍ଦେଶକ ଅନୁଭବ ସିହ୍ନା ତାପସୀଙ୍କୁ ନେଇ ଏହି ଫିଲ୍ମର ଔପଚାରିକ ଘୋଷଣା କରିଛନ୍ତି । ମହିଳା ସଶକ୍ତିକରଣକୁ ନେଇ ଫିଲ୍ମର କାହାଣୀ ରଚନା କରାଯାଇଛି । କିନ୍ତୁ ଦର୍ଶକଙ୍କ ପାଇଁ କିଛି ସପ୍ସେନ୍ସ ରହିଥିବାରୁ ନିର୍ଦ୍ଦେଶକ ଅନୁଭବ କାହାଣୀ ସମ୍ପର୍କରେ ଆଉ କିଛି ମଧ୍ୟ ମିଡିଆ ସାମନାକୁ ଆଣିନଥିଲେ ।

ସେ କହିଥିଲେ ଯେ – ‘ମହିଲା ସଶକ୍ତିକରଶକୁ ନେଇ ପ୍ରଥମ ଥର ପାଇଁ କୌଣସି ପ୍ରୋଜେକ୍ଟ କରିବାକୁ ଯାଉଛି । ତାପସୀ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆସିବେ । ମୁଁ ତାପସୀଙ୍କ ସହିତ ‘ମୁଲକ୍’ରେ କାମ କରିଥିଲି । ତାପସୀଙ୍କ ଅଭିନୟ ଦକ୍ଷତା ମୋତେ ପ୍ରଭାବିତ କରିଥଲା । ମୁଁ ତାପସୀଙ୍କ ସହିତ ଆଉ ଏକ ଫିଲ୍ମ କରିବାକୁ ଚାହୁଁଥିଲି । ତେଣୁ ଏହି ଫିଲ୍ମ ମାଧ୍ୟମରେ ମୋର ସେହି ଇଚ୍ଛା ପୁରଣ ହେବାକୁ ଯାଉଛି । ଏହି ଫିଲ୍ମର ପ୍ରାୟ ସମସ୍ତ ଚରିତ୍ରରେ ଫିମେଲ୍ କଳାକାରଙ୍କୁ ଦେଖିବାକୁ ମିଳିବ’ । ଅନୁଭବ ତାପସୀଙ୍କ ସହିତ ଏକ ଫଟୋ ସେୟାର୍ କରି ଫିଲ୍ମର ଘୋଷଣା କରିଥିଲେ । ଏହି ଖବର ପାଇବା ପରେ ପ୍ରଶଂସକ ମହଲରେ ତାପସୀଙ୍କ ‘ଥପ୍ପଡ଼’କୁ ନେଇ ଅନେକ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.